ଦିଲ୍ଲୀ ଫେରନ୍ତା କୃଷକ ଭାଇମାନଙ୍କୁ ନାଉଗାଁରେ ସ୍ୱାର୍ଗତ ସମ୍ବର୍ଦ୍ଧନା

ନାଉଗାଁ, (ଓ୍ବାଇଏନ୍ଏସ୍):କେନ୍ଦ୍ର ସରକାରଙ୍କ ଦ୍ୱାରା ନୂତନ ଭାବେ ପ୍ରଚଳିତ କରାଯାଇଥିବା କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଆମ ଦେଶର କୃଷକ ଭାଇମାନେ ଦିଲ୍ଲୀ ଠାରେ ଅହୋରାତ୍ର ଧାରଣାରେ ବସିଛନ୍ତି । ସେହି କୃଷକ ଭାଇମାନଙ୍କ ସହିତ ଧାରଣାରେ ସାମିଲ ହେବା ପାଇଁ ଆମ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରୁ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଗତ ୧୫ ତାରିଖରେ ଦିଲ୍ଲୀ ଯାତ୍ରା ଆରମ୍ଭ କରିଥିଲେ । ଏହି ପରିପ୍ରକ୍ଷୀରେ ନାଉଗାଁ ବ୍ଳକରୁ ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ନାଉଗାଁ ବଜାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ପରେ ଦିଲ୍ଲୀ ଯାତ୍ରା ଶୁଭାରମ୍ଭ କରାଯାଇଥିଲା । ତାଙ୍କ ସହିତ ଚର୍ତୁଭୂଜ ମହାନ୍ତି, ପ୍ରଫୁଲ୍ଲ ପରିଡା, ରାଜେନ୍ଦ୍ର ବାଲ, ଭୋଳାନାଥ ସେଠୀ ପ୍ରମୁଖ ସାମିଲ ଥିଲେ । ସେମାନେ ଦିଲ୍ଲୀରୁ ସୋମବାର ଫେରି ଜଗତସିଂହପୁର ଜିଲ୍ଲାରେ ପହଁଚିବା ପରେ କୃଷକ ଭାଇମାନଙ୍କ ଦ୍ୱାରା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ନାଉଗାଁ ବ୍ଳକର କୃଷକ ଭାଇଙ୍କ ପକ୍ଷରୁ ସଂଗଠନର ରାଜ୍ୟ ସହ ସଂଯୋଜକ ରଶ୍ମୀରଂଜନ ସ୍ୱାଇଁ, ଉମାକାନ୍ତ ଭାରତୀ, ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ନାଉଗାଁ ବ୍ଲକ ସଂଯୋଜକ ପ୍ରଫୁଲ ପରିଡାଙ୍କ ସମେତ ଶତାଧିକ କର୍ମୀଙ୍କୁ ସ୍ୱାଗତ କରାଯାଇଥିଲା । କୃଷକମାନଙ୍କ ପକ୍ଷରୁ ନାଉଗାଁ ବଜାରରେ ଏକ ପ୍ରଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା । ସଭା ପରେ ବାହାର ବ୍ଲକରୁ ଆସିଥିବା କୃଷକ ଭାଇମାନେ ଗଂଗଦାହାଟ . ଗାରୋଇ ଦେଇ ବାଲିକୁଦା ବ୍ଲକକୁ ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ