ଦି ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନର ବାର୍ଷିକ ସଭା ଓ ନିର୍ବାଚନ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭୁବନେଶ୍ୱରସ୍ଥିତ ସାଖ୍ୟ କନ୍ଭେନସନ ପରିସରରେ ଦି ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନର ସାଧାରଣ ବାର୍ଷିକ ସଭା ଓ ନର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସୋସିଏସନର ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ବାଚନ କମିଶନ ଭାବେ ବରିଷ୍ଠ ସଭ୍ୟ କୃପାସାଗର ସାହୁ ଏବଂ ପ୍ରଫୁଲ୍ଲ କୁମାର ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ । ସର୍ବସମ୍ମତିକ୍ରମେ ସଭାପତି ଭାବେ ରଜତ କୁମାର କର, ଉପସଭାପତି ଶ୍ରୀଧର ଦାସ, ସାଧାରଣ ସମ୍ପାଦକ ସତ୍ୟନାରାୟଣ ମହାନ୍ତି, ସହ ସମ୍ପାଦକ ବିପିନ କୁମାର ଦାସ, ପରିଚାଳନା ସମ୍ପାଦକ ବେଣୁଧର ମିଶ୍ର ଓ କୋଷାଧ୍ୟକ୍ଷ ଗୌତମ ବେହେରା ପ୍ରମୁଖ ନିର୍ବାଚିତ ହୋଇଥିଲେ ଏବଂ କାର୍ଯ୍ୟକାରୀ ସଭ୍ୟ ଭାବେ ପବିତ୍ର ସୁବୁଦ୍ଧି, ଗୋପାଳ ଦାସ, ଦୟାନିଧି ପଟ୍ଟନାୟକ, ତପନ କୁମାର ଦାସ, ଜୟନ୍ତ ରଥ, ଜ୍ୟୋର୍ତିମୟ ଦ୍ୱିବେଦୀ, ରାଜୀବ ପଣ୍ଡା, ହିମାଂଶୁ ମହାରଣା, ପ୍ରଦୀପ କୁମାର ସାହୁ, ଶ୍ୟାମବାବୁ ପାତ୍ର, ସୁବାଷ ଚନ୍ଦ୍ର ସ୍ୱାଇଁ, କ୍ଷୀରୋଦ କୁମାର ରାୟ, ସିମାଦ୍ରି ବିହାରୀ ଦାସ, ଜିନ୍ଦଲ ପାଲ ସିଂ, ଯୋଗେନ୍ଦ୍ର ଦୁାରୀ, ଦେବାଶିଷ ନାୟକ, ପୁଷ୍ପା ପଣ୍ଡା ଓ ଉପଦେଷ୍ଟା ଭାବେ ବିଧାୟକ ସୁଶାନ୍ତ କୁମାର ରାଉତ, ମନୋଜ ସାହୁ, କୃପାସାଗର ସାହୁ, ବିଭୂତି ରାଉତରାୟ, ଡଃ ମମତା ମହାନ୍ତି ଓ ରମେଶ ଚନ୍ଦ୍ର ପାଢୀ ଉପସ୍ଥିତ ଥିଲେ ।