ଦୀପାବଳି ପାଳନ କଲେ ନିଆରା ଢଙ୍ଗରେ ଭିନ୍ନକ୍ଷମ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଦୀପାବଳି ଅବସରରେ ସଂପାଦକ ଆନନ୍ଦରାଓଙ୍କ ଅଧକ୍ଷତାରେ ସ୍ଥାନୀୟ ପବ୍ଲିକ ସ୍କୁଲ ପରିସରରେ ବୟୋଜେଷ୍ଟ ଭିନ୍ନକ୍ଷମ ନାଗରିକ ମାନଙ୍କ ମୁହଁରେ ହସଫୁଟାଇବା ପାଇଁ ଏକ ଭିନ୍ନ ଢଙ୍ଗରେ ପାଳନ କରାଯାଇଛି ଦୀପାବଳି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ବୟୋଜ୍ୟେଷ୍ଠ ନାଗରିକ ମାନଙ୍କୁ ପବିତ୍ର ଦିପାବଳୀର ଅଭିନନ୍ଦନ ଜଣାଇବା ସହ ଆୟୋଜକମାନଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ଛତ୍ରପୁରରେ ଏକ ବୃଦ୍ଧାଶ୍ରମ କେତେକ ସଂଗଠନ ପକ୍ଷରୁ କରିବାକୁ ଯାଉଛନ୍ତି ଏହାକୁ ସେ ସଂପୂର୍ଣ୍ଣ ମାତ୍ରାରେ ସହଯୋଗ କରିବେ ବୋଲି ବିଧାୟକ ଶ୍ରୀ ବେହେରା ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍‌. ଧନଜଂୟ ରେଡ୍ଡି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ, ପ୍ରଜାପତି ବ୍ରହ୍ମାକୁମାରୀ ଅନୁଷ୍ଠାନର ଛତ୍ରପୁର ଶାଖାର ମୁଖ୍ୟ ବ୍ରହ୍ମକୁମାରୀ ବିଜୟଲକ୍ଷ୍ମୀ, ଛତ୍ରପୁରର ସମାଜସେବୀ ଏସ୍‌. ପ୍ରଭାକର ରାଓ ଓ ତାଙ୍କ ସହଧର୍ମଣୀ , ଯୁବ ସମାଜସେବୀ ସୁଧୀର ପଟ୍ଟନାୟକ, ଡ଼ମ୍ବୁରଧର ସାହୁ, ପୂର୍ବତନ ସାଂସଦ ପ୍ରତିନିଧି ଆୟୁବ ଖାନ୍‌ଙ୍କ ସମେତ ଛତ୍ରପୁରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକର ସମସ୍ତ ପଂଚାୟତରୁ ୧୦ରୁ ୧୫ଜଣ ଭିନ୍ନକ୍ଷମ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ଏକ ବାଲଟି, ଚାଉଳ, ଟୁବାଲ୍ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଭଳି କାର୍ଯ୍ୟକ୍ରମ ଛତ୍ରପୁରରେ ଆୟୋଜନ ହୋଇଥିବାରୁ ଛତ୍ରପୁରର ସମସ୍ତ ଜନସାଧାରଣ ପକ୍ଷରୁ କେ. ଆନନ୍ଦ ରାଓଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ