ଦୀର୍ଘଦିନ ଧରି ନିର୍ମାଣ କରାଯାଉନାହିଁ ରାସ୍ତା ଖାଲଖମା ରାସ୍ତାକୁ ପୋତିଲେ ଗାଁ ପିଲା

ନାଉଗାଁ : ତୁରୁଣା ପଂଚାୟତର ନରଣପୁର ଗ୍ରାମର ମୁଖ୍ୟ ରାସ୍ତା ଦୀର୍ଘଦିନ ହେବ ଖାଲଖମାରେ ପରିଣତ ହୋଇ ରହିଛି । ଉକ୍ତ ରାସ୍ତାରେ ଯାନବାହାନ ତ ଦୁରର କଥା ଖାଲି ପାଦରେ ଚାଲିକି ଯିବା ସମ୍ଭବ ହେଉ ନାହିଁ । ଏହି ରାସ୍ତା ଉପରେ ତିରୁଣା ପଂଚାୟତର ନରଣପୁର ଓ ନାଉଗାଁ ପଂଚାୟତର ଇଚ୍ଛାପୁର ଗ୍ରାମ ଜନସାଧାରଣମାନେ ଯାତାୟତ ପାଇଁ ନିର୍ଭର କରନ୍ତି । ଏହି ଦୁଇ ଗ୍ରାମ ସମେତ କୁରିକି, ତେଂଟୋଇ, ଉର ଆଦି ଗ୍ରାମର ଲୋକ ଗୋଠଦା ଦେଇ ବ୍ଳକ,ତହସିଲ,ସ୍ୱାସ୍ଥ୍ୟ କେନ୍ଦ୍ର,ନାଉଗାଁ ବଜାର ଆଦିକୁ ଯାଇଥାନ୍ତି । ଉକ୍ତ ରାସ୍ତା ଦେଇ ଯାଉଥିବାରୁ ସେମାନଙ୍କୁ କମ ବାଟ ପଡିଥାଏ । ତେଣୁ ଜନସାଧାରଣମାନେ ଏହି ରାସ୍ତା ଦେଇ ଯାଇଥାନ୍ତି । ୫୦୦ ମିଟରୁ ଉର୍ଦ୍ଧ ରାସ୍ତା ଦୀର୍ଘ ଦିନ ହେବ କଂକ୍ରିଟ ହୋଇଥିବା ବେଳେ ତାହା ଛାଡି ଖାଲଖମାରେ ପୂର୍ଣ୍ଣ ହୋଇଛି । ଏପରିକି ଖାଲି ପାଦରେ ଚାଲି ଯିବା ସମ୍ଭବ ହେଉ ନାହିଁ । ବର୍ଷା ଦିନ ହେଲେ ଏହି ରାସ୍ତାରେ ଗାଡି ମଟର ଯିବା ପାଇଁ କଷ୍ଟସାଧ୍ୟ ହେଉଛି । ତେଣୁ ଭାଙ୍ଗିଯାଇଥିବା କଂକ୍ରିଟ ରାସ୍ତାକୁ ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ଅଭିଯୋଗ କରା ଗଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିଛନ୍ତି । ରାସ୍ତା ନିର୍ମାଣ ନକରିବାରୁ ଗାଁ ପିଲାମାନେ ମିଶି ଶନିବାର ରାସ୍ତାରେ ଭଙ୍ଗା ଇଟା, ବାଲି ଆଦି ପକାଇ ରାସ୍ତା ନିର୍ମାଣ କରିଛନ୍ତି । ଗାଁ ପିଲା ନିର୍ମାଣ କରିଥିବା ରାସ୍ତା ବର୍ଷା ହେଲେ ଧୋଇ ଯିବାର ସମ୍ଭାବନା ଥିବାରୁ ଉକ୍ତରାସ୍ତାକୁ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ଗ୍ରାମର ପବନି ରାୟ, ରିଙ୍କୁ ରାୟ, ପପୁ କାନୁନଗୋ,ଶୁକଦେବ ରାୟ,ରଶ୍ମୀରଂଜନ ତ୍ରିପାଠୀ ଆଦି ପ୍ରଶସାନ ନିକଟରେ ଦାବି କରିଛନ୍ତି । ଏସଂର୍ପକରେ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ନାୟକଙ୍କୁ ପଚାରିବାରୁ ନରଣପୁର ଗ୍ରାମରେ ଏବେ ଦୁଇଟି ପ୍ରକଳ୍ପ କାର୍ଯ୍ୟ କରାଯାଇଛି । ଉକ୍ତ ରାସ୍ତା ଉପରେ ନିର୍ମାଣ ପାଇଁ ଆକ୍ସନ ପ୍ଲାନରେ ଥିଲେ, ଯଥା ଶିଘ୍ର କରାଯିବ । ଯଦି ଆକ୍ସନ ପ୍ଲାନରେ ନଥିବା ସରଂପଚଙ୍କ ସହିତ ଆଲୋଚନା କଲା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ