ଦୀର୍ଘ ଦିନର ବ୍ୟବଧାନ ପରେ ସଦର ନିର୍ବାଚନ ମଣ୍ଡଳୀ ପାଇଁ ଆଶା ବାନ୍ଧିଛନ୍ତି ନାରୀନେତ୍ରୀ ମମତା କୁଣ୍ଡୁ

ବାଲେଶ୍ୱର(ଜୁଗାବ୍ଦ ନ୍ୟୁଜ୍‍): ଦୀର୍ଘ ଦିନ ଧରି ରାଜନୀତିରୁ ଦୂରେଇ ଦିଲ୍ଲୀରେ ରହୁଥିବା ସମାଜସେବୀ ତଥା ନାରୀନେତ୍ରୀ ମମତା କୁଣ୍ଡୁ ପୁଣି ଅଣ୍ଟା ଭିଡିଛନ୍ତି ସଦର ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଭାବେ । ପୂର୍ବରୁ ୨୦୧୪ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ତରଫରୁ ସାଂସଦ ପ୍ରାର୍ଥୀ ହିସାବରେ ବାଲେଶ୍ୱରରୁ ପ୍ରତିନିଧିତ୍ୱ କରି ସମୁଦାୟ ୩ ହଜାର ଭୋଟ ପାଇ ପରାଜିତ ହୋଇଥିବା ଶ୍ରୀମତୀ କୁଣ୍ଡୁ ନିଜକୁ ଲଜ୍ଜିତ ମନେ କରି ରାଜନୀତିରୁ ଦୂରେଇ ରଖିବା ସହ ବାଲେଶ୍ୱରକୁ ନଆସିବା ପାଇଁ ସ୍ଥିର କରିଥିଲେ । କିନ୍ତୁ ପରମୁହୂର୍ତ୍ତରେ ନିଜକୁ ଲୋକମାନଙ୍କର ସେବା କରିବା ମନବୃତ୍ତି ତାଙ୍କୁ ବାଲେଶ୍ୱର ମୁହାଁ କରିଥିଲା । ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କର ବିଭିନ୍ନ ହିତାଧିକାରୀ ଯୋଜନାଗୁଡିକୁ ସଦର ବ୍ଲକର ଘରେ ଘରେ, ଗାଁ ଗାଁରେ ସୂଚାରୁ ରୂପେ ଲୋକଙ୍କ ପାଖରେ ପହଞ୍ଚାଇବା ଓ ସେଥି ପ୍ରତି ଦୃଷ୍ଟି ଦେବା ସହ ସେଗୁଡିକ କିପରି ଭାବେ କାର୍ଯ୍ୟକ୍ଷମ ହୋଇପାରିବ ସେ ସମ୍ପର୍କରେ ଜନସାଧାରଣଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସମାଜସେବାରେ ରହି ସମସ୍ତ କାର୍ଯ୍ୟକୁ କରିବା ସମ୍ଭବପର ହେଉନଥିବା ବେଳେ କ୍ଷମତାରେ ରହିପାରିଲେ ବହୁ କାର୍ଯ୍ୟ ସମାପନ୍ନ ହୋଇପାରିବ ବୋଲି ସେ ମତ ବ୍ୟକ୍ତ ଦେଇଥିଲେ । ଯଦିଓ ଏଯାବତ୍ ସେ କୌଣସି ଦଳକୁ ଗ୍ରହଣ କରିନାହାନ୍ତି କିନ୍ତୁ ଖୁବ୍ ଶୀଘ୍ର ଦଳ ବାବଦରେ ସ୍ପଷ୍ଟ କରିବେ ବୋଲି ମତ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗତକାଲିି ଗୋପାଳଗାଁ ଭି.ଆଇ.ପି କଲୋନୀସ୍ଥିତ ତାଙ୍କ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଶ୍ରୀମତୀ କୁଣ୍ଡୁ ଓ ତାଙ୍କ ପିତା ଅବସରପ୍ରାପ୍ତ ଅତିରିକ୍ତ ପୋଲିସ ଉପେନ୍ଦ୍ର ନାଥ କର ତାଙ୍କ ସହିତ ଉପସ୍ଥିତ ରହି ସମସ୍ତଙ୍କୁ ଅବଗତ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ