ଦୁଇଟି ଶ୍ରେଣୀ ଗୃହ ରେ ହେଉଛି ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପାଠ ପଢ଼ା

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିଜ ନିର୍ବାଚନ ମଣ୍ଡଳୀ ଓ ନିଜ ବ୍ଲକ ଅଞ୍ଚଳ ରେ ଦେଖିବାକୁ ମିଳିଛି ପ୍ରାଥମିକ ଶିକ୍ଷା ର ବିକଳ ଚିତ୍ର। ଆଠଟି ଶ୍ରେଣୀ ପାଇଁ ଦୁଇଟି ଶ୍ରେଣୀଗୃହ ଓ ଆଠଟି ପାଇଖାନା । ରୋଷ ଘର ନଥିବାରୁ ସ୍କୁଲ ବାରଣ୍ଡା ରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ। ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ବଢ଼ରୀକିଲ ଗାଁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଦେଖିବାକୁ ମିଳୁଛି ଏପରି ଘଟଣା । ଦୀର୍ଘ ୬୨ ବର୍ଷର ଏହି ବଢ଼ରିକିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ରହିଛି ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ । ହେଲେ ଆଠଟି ଶ୍ରେଣୀ ପାଇଁ ଅଛି ମାତ୍ର ଦୁଇଟି ଶ୍ରେଣୀ ଗୃହ । ଗୋଟିଏ ଶ୍ରେଣୀ ଗୃହରେ ଚାରୋଟି ଲେଖାଏଁ ଶ୍ରେଣୀର ପାଠ ପଢା ଚାଲିଛି । ଗୋଟିଏ ଗୃହରେ ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଡେସ୍କ ଉପରେ ପାଠ ପଢ଼ୁଥିବା ବେଳେ ପଞ୍ଚମ ଓ ଷଷ୍ଠ ଶ୍ରେଣୀ ଛାତ୍ର ଛାତ୍ରୀ ତଳେ ବସି ପାଠ ପଢୁଛନ୍ତି । ଅନ୍ୟ ଏକ ଗୃହରେ ପ୍ରଥମ ଠାରୁ ଚତୁର୍ଥ ଛାତ୍ରଛାତ୍ରୀ ପରସ୍ପର ବିପରୀତ ଦିଗକୁ ମୁହଁକରି ପାଠ ପଢୁଛନ୍ତି । ଆଠଟି ଶ୍ରେଣୀ ପାଇଁ ପ୍ରଧାନ ଶିକ୍ଷକଙ୍କ ସମେତ ନିଯୁକ୍ତି ପାଇଥିବା ୬ ଜଣ ଶିକ୍ଷକ ଦୁଇଟି ଗୃହରେ କଳା ପଟାକୁ ଭାଗ କରି ପାଠ ପଢ଼ାଉଛନ୍ତି । ଗୃହ ଅଭାବରୁ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ଙ୍କ ପାଠପଢା ସହ ବିଦ୍ୟାଳୟ ର ରୋଷେଇ ସରଞ୍ଜାମ ଓ ଅନ୍ୟାନ୍ୟ ସାମଗ୍ରୀ ରଖାଯାଇ ଗୋଦାମ ଘର ଭଳି ବ୍ୟବହାର ହେଉଛି । ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ଅବସ୍ଥା କହିଲେ ନସରେ । ଏଠି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଫଟୋଟି ସୁରକ୍ଷିତ ଭାବେ ରଖାଯାଇଛି ହେଲେ ଇଏ ବି ଏକ ଗୋଦାମ ଘର ଠାରୁ କମ ନୁହେଁ ।ଅନ୍ୟପକ୍ଷରେ ବିଦ୍ୟାଳୟର ରୋଷଶାଳା ନଥିବାରୁ ବିଦ୍ୟାଳୟ ବାରଣ୍ଡାରେ ପାଚିକା ଓ ସହାୟକ ମିଶି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ବେଳେ ଆଠଟି ଶ୍ରେଣୀ ପାଇଁ ପୂର୍ବରୁ ୬ଟି ପାଇଖାନା ଘର ଥିବାବେଳେ ଗତ ବର୍ଷ ଆଉ ଦୁଇଟି ପାଇଖାନା ନିର୍ମାଣ କରାଯାଇଛି । ଶ୍ରେଣୀ ଗୃହ ଠାରୁ ଚାରିଗୁଣା ପାଇଖାନା ନିର୍ମାଣ ନିର୍ମାଣ ହୋଇଛି । ଏଭଳି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେତିକି ବ୍ୟାଘାତ ହେଉଛି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପାଠ ପଢ଼ାଇବାରେ ମଧ୍ୟ ସେତିକି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନୂତନ ଶ୍ରେଣୀ ଗୃହ, ରୋଷଶାଳା ସହ ବିଦ୍ୟାଳୟର ପାଚେରୀ ନିର୍ମାଣ ପାଇଁ ଆୟେଶା ଦାଶ, ସରସ୍ଵତୀ ପ୍ରଧାନ ପ୍ରମୁଖ ଛାତ୍ରୀ ଦ୍ବୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସାମୁଦ୍ରିକ ବାତ୍ୟା ଫୋନିରେ ବିଦ୍ୟାଳୟର ଆଜବେଷ୍ଟସ ଓ ଛାତ ଗୃହ କ୍ଷତିଗ୍ରସ୍ତ ହେବା ପରେ ଛାତ୍ରଛାତ୍ରୀ ମାନଙ୍କୁ ନିକଟସ୍ଥ ଗାଁ କୋଠଘର ଓ ଅନ୍ୟ ଏକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରି ପାଠପଢ଼ା ଯାଉଥିଲା । ଗତବର୍ଷ ଏହି ବିଦ୍ୟାଳୟ ରେ ଦୁଇଟି ଗୃହ ନିର୍ମାଣ ପରେ ପୁନଃ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଅଣାଯାଇ ପାଠ ପଢ଼ା ଯାଉଛି ବୋଲି କହିଛନ୍ତି ଶିକ୍ଷୟତ୍ରୀ ଉମାମଣୀ ରାଉତ। ତେବେ ବିଦ୍ୟାଳୟର ଏହି ସମାସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଥିବା ବେଳେ ଏହି ସମସ୍ୟା ସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀ ମାନେ ଅବଗତ ଅଛନ୍ତି ଏହାର ସମାଧାନ ଖୁବଶୀଘ୍ର ହେବ ବୋଲି ପ୍ରଧାନ ଶିକ୍ଷକ ଦେବରାଜ ପଣ୍ଡା କହିଛନ୍ତି । ତେବେ ଏ ସମ୍ପର୍କରେ ନିମାପଡା ମଣ୍ଡଳ ଶିକ୍ଷାଆଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଉନ୍ନତି ନକରି ହାଇସ୍କୁଲ ଶିକ୍ଷାର ଭିତ୍ତିଭୂମି ବିକାଶ ପାଇଁ 5ଟି ଜରିଆରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଦେଲେ କଣ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଘଟିପାରିବ ବୋଲି ଅଭିଭାବକ ମାନେ ପ୍ରଶ୍ନ ପଚାରିଛନ୍ତି। ରାଜ୍ୟ ସରକାର ଙ୍କ ଗଣ ଶିକ୍ଷାମନ୍ତ୍ରୀ ଙ୍କ ନିଜ ବ୍ଲକ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ର ଚିତ୍ର ଯଦି ଏପରି ତେବେ ଅନୁନ୍ନତ ଅଞ୍ଚଳ ରେ କିପରି ଥିବ ଏଥିରୁ ଅନୁମେୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ