ଦୁଇଟି ହରିଣ ମଧ୍ୟରେ ଲଢେଇ ଗୋଟିଏର ମୃତ୍ୟୁ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ନିକଟସ୍ଥ ଚାଷ ଜମି ରେ ଆକ୍ରମଣ ପ୍ରତିଆକ୍ରମଣ ଶୁକ୍ରବାର ଦିନ ଦୁଇଟି ହରିଣ ମଧ୍ୟରେ ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଗୋଟାଏ ହରିଣର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଟି ନିକଟସ୍ଥ ଜଙ୍ଗଲକୁ ପଳାଇଥିବା ସୂଚନା ମିଳିପାରିଛି । ଖବରନୁଯାୟୀ , ଆଜି ସନ୍ଧ୍ୟା ସମୟରେ ଦୁଇଟି ହରିଣ ମଧ୍ୟରେ ଲଢେଇ ଜୋରଦାର ଦେଖିବାକୁ ଗ୍ରାମବାସୀ ପାଇଥିଲେ । ଘଟଣାସ୍ଥଳରେ କିଛି ଯୁବକ ଛଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କ ଲଢେଇ ଥମି ନଥିଲା । ଯାହାଫଳରେ ଗ୍ରାମବାସୀ ନିକଟସ୍ଥ ଫରେଷ୍ଟ ଅଫିସ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ଖବରପାଇ ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକଙ୍କ ନେତୃତ୍ବରେ କର୍ମୀମାନେ ସେଠାରେ ପହଞ୍ଚି ଉଭୟଙ୍କୁ ଅଲଗା କରିବା ପରେ ଗୋଟାଏ ଜଙ୍ଗଲକୁ ପଳାଇଥିବା ବେଳେ ଅନ୍ୟଟିକୁ ରକ୍ତାକ୍ତ ଅବସ୍ଥାରେ ପଶୁ ଚିକିତ୍ସା କେନ୍ଦ୍ରକୁ ଆଣିଥିଲେ । ସେଠାରେ ଉପସ୍ଥିତ ପଶୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ନିର୍ଦ୍ଦେଶକ୍ରମେ ମୃତ ହରିଣର ଶବ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଥିଲା । ତେବେ ହରିଣଟି ବ୍ଳାକବଗ ପ୍ରଜାତିର ହୋଇଥିବା ବେଳେ ଏହାର ବୟସ ୮ ରୁ ୧୦ ବର୍ଷ ହେବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ