ଦୁଇଦିନରେ ୧କୋଟିରୁ ଉର୍ଦ୍ଧ ମୂଲ୍ୟର ଅଫିମ ଚାଷ ନଷ୍ଟ କଲା ପୋଲିସ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ଶିମିଳିପାଳରେ ପୋଲିସ, ବନବିଭାଗ, ଅବକାରୀ ବିଭାଗ, ରାଜସ୍ବବିଭାଗ ର ମିଳିତ ଟିମ ଦୁଇ ଦିନ ଧରି ବଡ଼ ଧରଣର ଚଢ଼ାଉ ରେ ଏକ କୋଟିରୁ ଅଧିକ ଟଙ୍କାର ଅଫିମ ଗଛ ଜବତ କରି ନଷ୍ଟ କରିଛି ।ଉପଖଣ୍ଡପୋଲିସ ଅଧିକାରୀ ସୁବ୍ରତ କୁମାର ଙ୍କ ନେତୃତ୍ୱ ରେ ଶିମିଳିପାଳ ଓ ଏହାର ପାଦଦେଶରେ ଦୁଇ ଦିନ ଧରି ବଡ଼ ଧରଣର ଚଢ଼ାଉ ହୋଇଛି । ଗତ ବର୍ଷ ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରୁ ପୋଲିସ ଏବଂ ଅବକାରୀ ବିଭାଗ ପୃଥକ ପୃଥକ ମାମଲା ରୁଜୁ କରି ୩୧ କୋଟି ୮୬ ଲକ୍ଷ ଟଙ୍କାର ଅଫିମ ଗଛକୁ ନଷ୍ଟ କରିଥିଲା । ଚଳିତ ବର୍ଷ ବୁଧବାର ଏବଂ ଗୁରୁବାର ଲଗାତାର ଭାବରେ ଦୁଇ ଦିନ ୪ ଟି ବିଭାଗ ମିଳିତ ଭାବରେ ରେଡ଼ କରି ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ର ଅଫିମ ଗଛ ଜବତ କରିବା ସହିତ ଅଫିମ ଗଛକୁ ନଷ୍ଟ କରିଛନ୍ତି।ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଙ୍କ ଦୃଢ ନେତୃତ୍ୱ ରେ ଯଶିପୁର ଓ ଠାକୁରମୁଣ୍ଡା ଥାନାର ମହିଳା ଥାନା ଅଧିକାରୀ ଙ୍କ ଅଫିମ ଓ ଗଞ୍ଜେଇ ମାଫିଆ ଙ୍କୁ କଡା ଜବାବ କୁ ବିଭିନ୍ନ ମହଲ ରୁ ପ୍ରଶଂସା କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତ ପ୍ରାୟ ୧ ବର୍ଷ ମଧ୍ୟରେ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ନେତୃତ୍ବ ରେ ଯଶିପୁର ଥାନା ଅଧିକାରିଣୀ ସଂଯୁକ୍ତା ମହାଳିକ ଏହା ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ଥର ଗଞ୍ଜେଇ ଭର୍ତି ଗାଡି ଜବତ କରି ଚର୍ଚାରେ ରହି ଆସିଛନ୍ତି ।
ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ନେତୃତ୍ୱ ରେ ବେଆଇନ ନିଶା କାରବାର ରେ ଅଙ୍କୁଶ ଲଗାଇବାରେ ମହିଳା ଥାନା ଅଧିକାରିଣୀ ସଂଯୁକ୍ତା ମହାଳିକ ଓ ସାବିତ୍ରୀ ଦଳେଇ ଙ୍କ ଯୋଗଦାନ କୁ ଅଞ୍ଚଳ ରେ ପ୍ରଶଂସା କରାଯିବା ସହିତ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ନେତୃତ୍ୱ ରେ ଗତ ବର୍ଷକ ମଧ୍ୟରେ ବେଆଇନ ନିଶା କାରବାର ରେ ଅଙ୍କୁଶ ଲଗାଇବାକୁ କରାଯାଉଥିବା ପ୍ରୟାସ କୁ ନେଇ ପୋଲିସ କୁ ପ୍ରଶଂସା କରାଯାଉଛି ।
ବୁଧବାର ଦିନ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଙ୍କ ନେତୃତ୍ୱ ରେ ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ ପୋଲିସ, ବନବିଭାଗ, ଅବକାରୀ ବିଭାଗ, ରାଜସ୍ବବିଭାଗ ର ମିଳିତ ଟିମ ଠାକୁରମୁଣ୍ଡା ଥାନା ସାଲେଇବେଡା ପଞ୍ଚାୟତ ବୁରୁସାହି ଠାରେ ଚଢ଼ାଉ ରେ ୪୨ ଲକ୍ଷ ଏବଂ ଗୁରୁବାର ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଙ୍କ ନେତୃତ୍ୱ ରେ ଥାନାଅଧିକାରିଣୀ ସଂଯୁକ୍ତା ମହାଳିକ ପୋଲିସ, ବନବିଭାଗ, ଅବକାରୀ ବିଭାଗ, ରାଜସ୍ବବିଭାଗ ର ମିଳିତ ଟିମ ଯଶିପୁର ଥାନା ଶିମିଳିପାଳ ଅଭୟାରଣ୍ୟ ଭିତରେ ଚଢ଼ାଉ ରେ ୬୦ ଲକ୍ଷ୍ ଟଙ୍କାର ଅଫିମ ଗଛ ନଷ୍ଟ କରାଯାଇଛି । ପୋଲିସ,ଅବକାରୀ ବିଭାଗ, ରାଜସ୍ୱ ବିଭାଗ, ବନବିଭାଗ ମିଳିତ ଭାବେ ଶିମିଳିପାଳ ଅଭୟାରଣ୍ୟର ୬ ଟି ସ୍ଥାନରେ ଚଢ଼ାଉ କରିଥିଲେ । ଶିମିଳିପାଳ ଅଭୟାରଣ୍ୟ ର ବନ୍ଦିରାବସା ଏବଂ ଅସନବଣି ଗାଁର ୬ ଟି ସ୍ଥାନର ଗୋଟିଏ ଏକର ୫୮ ଡିସମିଲ ଜାଗାରେ ୭୩ ହଜାର ଅଫିମ ଗଛ ଲାଗିଥିଲା ଯାହାକୁ ଓପାଡି ନଷ୍ଟ କରି ନିଆଁ ଲଗାଇ ପୋଡି ଦିଆଯାଇଛି । ଏହାର ଆନୁମାନିକ ମୁଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ସୂଚନା ଦେଇଛନ୍ତି । ଏନେଇ ଯଶିପୁର ପୋଲିସ ପକ୍ଷରୁ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।