ଦୁଇ ଅଟୋ ମଧ୍ୟରେ ଧକ୍କା, ଦୁଇ ଶିଶୁ ମୃତ, ଦୁଇ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ଗୁରାଣ୍ଡି ଥାନା ଅନ୍ତର୍ଗତ ପାଟିକଟା ଗାଁ ନିକଟରେ ଅଟୋ ସହ ଅଟୋ ମୁହାଁମୁହିଁ ଧକ୍କା ଘଟି ଜଣେ ଶିଶୁର ମୃତ୍ୟୁ ହୋଇଛି । ସୁଚନା ପ୍ରକାରେ ଚାରି ଗୁରୁତର ଆହାତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେଥି ମଧ୍ୟରୁ ଦୁଇ ଶିଶୁ ଗୁରୁତର ଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ନୁଆଗଡ ବ୍ଳକ ଭ୍ରମରପୁର ଗ୍ରାମରୁ କିଛି ମହିଳା ଏକ ଅଟୋ ଯୋଗେ ପାରଳାଖେମୁଣ୍ଡି ଆସୁଥିବା ବେଳେ ପାରଳାଖେମୁଣ୍ଡିରୁ ଉପଲଡା ଅଭିମୁଖେ ଯାଉଥିବା ଅନ୍ୟ ଏକ ଅଟୋ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ମାଁ କୋଳରେ ଥିବା ଗୋଟିଏ ଶିଶୁର ଘଟଣା ସ୍ଥଳରେ ମୃତୁ ହୋଈଥିବା ବେଳେ ଅନ୍ୟ ଜଣେ ଶିଶୁ ଗୁରୁତର ଆହତ ହୋଇ ଜୀବନ ସହ ସଂଘର୍ଷ କରୁଛି । ସେହି ଅଟୋରେ ଯାତ୍ରା କରୁଥିବା ଆଉ ପାଞ୍ଚ ଜଣ ଯାତ୍ରୀ ମଧ୍ୟ ଆହାତ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରେ ଆଉ ଦୁଇ ଶିଶୁ ରହିଛନ୍ତି । ତେବେ ଚିକିତ୍ସାଧିନ ଅବସ୍ଥାରେ ଅନ୍ୟ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି । ଦୁର୍ଘଟଣା ଘଟିଥିବା ଦୁଇ ଅଟୋର ନମ୍ବର ହେଲା ଏପି ୩୦ ଟିଏ ୦୮୬୦ ଏବଂ ଅନ୍ୟ ଗୋଟିଏ ଅଟୋ ନମ୍ବରଏପି ୩୦ଟିବି ୧୪୬୨ ବୋଲି ଜଣାପଡିଛି । ସମସ୍ତ ଗୁରୁତର ଆହତ ଙ୍କ ଜରୁରିକାଳୀନ ଭିତିରେ ଚିକିତ୍ସା ଚାଲିଛି ଆବଶ୍ୟକ ସ୍ଥଳେ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯିବ ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଘଟଣା କୁ ନେଇ ଗୁରାଣ୍ଡି ଥାନା ରେ ମାମଲା ରୁଜୁ ହୋଇଛି । ତେବେ ଅଟୋ ଚଳକଙ୍କ ବେପରୁଆ ଚାଳନା ହିଁ ଏପରି ଦୁର୍ଘଟଣା ଘଟି ଜୀବନ ଯାଉଥିବାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ଏପରି ଚାଳକଙ୍କ ବିରୁଦ୍ଧରେ ଦୃଢ଼ ଅନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଅନ୍ୟପକ୍ଷରେ ଏପରି ବେପରୁଆ ଅଟୋ ଚାଳକ ମାନଙ୍କ ପ୍ରତି ପରିବହନ ବିଭାଗ ଓ ପୋଲିସ କୌଣସି ପ୍ରକାରର ପଦକ୍ଷେପ ନେଉ ନଥିବାର ମଧ୍ୟ ଅଭିଯୋଗ ହୋଇଛି । ଜିଲ୍ଲାରେ ବହୁ ଅଟୋ ଚାଳକମାନେ ଅନଭିଜ୍ଞ, ବେପରୁଆ ଢଙ୍ଗରେ ଅଟୋ ଗାଡି ଚାଳନା, ମଦ ପିଇ ଚଳାଇ ଦୁର୍ଘଟଣା ଘଟାଉଥିବାର ବହୁ ନଜିର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ