ଦୁଇ କ୍ଲଷ୍ଟରର ସୁରଭି କାର୍ଯ୍ୟକ୍ରମରେ ଝୁମିଲେ ଶତାଧିକ ଛାତ୍ରଛାତ୍ରୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସୁଡ୍ରା ଉଚ୍ଚ ପ୍ରାଥମିକ ସେବାଶ୍ରମ ପରିସରରେ ଦୁଇଟି କ୍ଳଷ୍ଟର ଗାଲୀଗୁରା ଓ ମାସ୍କାପଡି ଉପାନ୍ତର ୧୯ ଟି ବିଦ୍ୟାଳୟ କୁ ନେଇ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜିର ଶିକ୍ଷା ବ୍ୟବସ୍ଥା ରେ ଆଦିବାସୀ ଅଧୁଷିତ ଗ୍ରାମାଞ୍ଚଳରେ ଶିକ୍ଷା ସହ ବିଭିନ୍ନ ଯୋଗ୍ୟତା ବୃଦ୍ଧିର ବିକାଶ ପାଇଁ କରାଯାଇଥିବା ସୁରଭି କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ବକୃତା, ଗୀତ, ପ୍ରବନ୍ଧ ଲିଖନ, ଶୃତଲିଖନ, ସାଧାରଣ ଜ୍ଞାନ ଓ ଗ୍ରୁପ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି l ସକାଳୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଦିନତମାମ କାର୍ଯ୍ୟକ୍ରମ ପରେ ସନ୍ଧ୍ୟାରେ ସୁରଭି କାର୍ଯ୍ୟକ୍ରମକୁ ନେଇ ଶିକ୍ଷକ ପଦ୍ମଲୋଚନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସରୋଜିନୀ ମଲିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଟିକରପାଜୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପାଢ଼ୀ ଯୋଗ ଦେଇଥିଲେ l ଶେଷରେ ସୁରଭି କାର୍ଯ୍ୟକ୍ରମର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା l ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ ଦୁଇ କ୍ଳଷ୍ଟର ସି,ଆର,ସି,ସି ନଭି ମଲିକ ଓ ସୁଶାନ୍ତ କୁମାର ମଲିକଙ୍କ ସଂଯୋଜନାରେ ସୁରଭି କାର୍ଯ୍ୟକ୍ରମ ସଫଳତାର ସହ ଉଦଯାପିତ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ