ଦୁଇ ପରିବାର ମଧ୍ୟରେ ସଂଘର୍ଷ, ଘର ଭଙ୍ଗାରୁଜା
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତର ଜମ୍ଭରା ଗ୍ରାମରେ ଜଣେ ନାଁ ବାଳିକାକୁ ବଳାକ୍ରାର ଉଦ୍ୟମ ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ସଂର୍ଘ ଘଟିବା ସହିତ ଘର ଭଙ୍ଗାରୁଜା ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଗ୍ରାମର ଜଣେ ୮ମ ଶ୍ରେଣୀ ଛାତ୍ରୀକୁ ସେହି ଗ୍ରାମର ଅକାଶ ଯେନା ନାମକ ଜଣେ ଯୁବକ ଗତ କିଛିଦିନ ହେଲା ସ୍କୁଲ ଯିବା ବାଟରେ ତାକୁ କମେଟ ମାରିବା ସହିତ ଅଶ୍ଳିଳ ଇଙ୍ଗିତ ପ୍ରଦର୍ଶନ କରୁଥିଲା । ଏନେଇ ଛାତ୍ରୀ ଜଣକ ଘରେ କହିବାରୁ ଘର ଲୋକମାନେ ଏହାକୁ ଗୁରୁତ୍ୱ ଦେଉ ନଥିଲେ । କିନ୍ତୁ ଗତ ୧ତାରିଖ ଦିନ ଗାଁରେ ଗଣେଶ ପୂଜା ଚାଲିଥିବାବେଳେ ସେହି ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସାହିକୁ ପୂଜା ଦେଖିବାକୁ ଯାଇ ଫେରିବା ବାଟରେ ଗ୍ରାମର ଜଣେ ଆକାଶ ଯେନା ନାମକ ଜଣେ ଯୁବକ ଉକ୍ତ ଛାତ୍ରୀ ଜଣକୁ ନିକଟସ୍ଥ ସ୍କୁଲ ପିଛାପଟକୁ ନେଇ ବଳାକ୍ରାର ଉଦ୍ୟମ କରିଥିଲା । ଛାତ୍ରୀର ଚିକ୍ରାର ଶୁଣି ତାର ବାପା ଓ ମା ଟର୍ଚ୍ଚ ନେଇ ସ୍କୁଲ ନିକଟକୁ ଯାଇ ପାଟି କରିବାରୁ ଆକାଶ ଝିଅକୁ ଛାଡି ପଳାଇଥିଲା । ନାଁ ବାଳିକାର ବାପା ଓ ମା ପିଡୀତା ଛାତ୍ରୀ ଜଣକୁ ଧରି ଅଭିଯୁକ୍ତ ଆକାଶର ଘରକୁ ଯାଇ ଏ ବାବଦରେ ପଚାରିବାରୁ ଆକାଶଙ୍କ ବାପା ଚନ୍ଦ୍ରମଣି ଯେନା ଓ ତାଙ୍କର ଅନ୍ୟ ପରିବାର ସଦସ୍ୟମାନେ ଓଲଟା ଗାଳି ଗୁଲଜ କରିବା ସହିତ ଛାତ୍ରୀ ଓ ତାର ବାପା ମାକୁ ମାରି ଗୋଡାଇଥିଲେ । ଫଳରେ ମା ଓ ତାଙ୍କ ପିଡିତା ଝିଅ ନିଜ ମାମୁଁ ଘରକୁ ପଳାଇ ଯାଇଥିବାବେଳେ ଆଜି ଘରକୁ ଫେରିବାକୁ ଉଦ୍ୟମ କରିବା ବେଳେ ପ୍ରତିପକ୍ଷ ଲୋକେ ତାଙ୍କୁ ଜୀବନରେ ମାରିଦେବାକୁ ଭୟ ଦେଖାଉଛନ୍ତି । ଏପରିକି ସେମାନେ ତାଙ୍କ ଘରକୁ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଏନେଇ ପିଡିତାର ମା ଆଜି ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଆକାଶର ବାପା ଚନ୍ଦ୍ରମଣି ଯେନା ମଧ୍ୟ ଏହି ଗଣ୍ଡଗୋଳରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଚନ୍ଦ୍ରମଣିଙ୍କ ପରିବାର ମଧ୍ୟ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗ୍ରାମରେ ଦୁଇ ପରିବାର ମଧ୍ୟ ଉତ୍ତେଜନା ସୃଷ୍ଟି ହୋଇଛି ।


