ବାଲି ବୋଝେଇ ହାଇୱା ଓ ଟ୍ରାକ୍ଟର ଜବଦ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଣା ସମଣା ରାସ୍ତାରେ ବେ ଆଇନ ବାଲିପରିବହନ କରୁଥିବା ଦୁଇଟି ହାଇୱାକୁ ହାଟଡିହି ତହସିଲ ପକ୍ଷରୁ ଜବଦ କରାଯାଇଛି । ସମଣା ରାଜସ୍ୱ ନିରୀକ୍ଷକ ରାଜକିଶୋର ଜେନା ଓ ହାଟଡିହି ଅତିରିକ୍ତ ତହସିଲଦାର ରଶ୍ମୀ ରଞ୍ଜନ ଦାସ ବେଆଇନ ଭାବେ ବାଲିପରିବହନ ହେଉଥିବା ଅଭିଯୋଗ ପାଇ ଆଜି ବାହାରିପୁର ନିକଟରୁ ଦୁଇଟି ହାଇୱା ଗାଡିକୁ ଗୋଡାଇ ଗୋଡାଇ ଆସି ବଡରମ୍ପାସ ନିକଟରେ ଜବଦ କରିବାରେ ସକ୍ଷମ ହୋଇଥିଲେ । ସେହିପରି ନନ୍ଦିପଦା ପୁଲିସ ଶାଳଣିଆଁ ଅଞ୍ଚଳରୁ ଦୁଇଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବଦ କରିଥିବା ଜଣାଯାଇଛି । ଟ୍ରାକ୍ଟର ଦୁଇଟିରୁ ୧୮ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥବବାବେଳେ ଦୁଇଟି ହାଇୱା ଗାଡିରୁ ୪୦ହଜାର ଜୋରିମାନା ଆଦାୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ