ଦୁଇ ବିଦ୍ୟାଳୟରେ ପୋଷାକ ଓ ଜୋତା ବଣ୍ଟନ ମେଳା

ବୁଗୁଡା(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମ ପଞ୍ଚାୟତର କହ୍ନେଇପୁର ପ୍ରାଥମିକ ବିଦ୍ୟାଳୟ ଓ ଭାବସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ୱୟରେ ସେପ୍ଟେମ୍ବର ୦୪ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇ ଯାଇଛି। କହ୍ନେଇପୁର ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ମେଳାରେ ପ୍ରଧାନ ଶିକ୍ଷକ ଖଲି ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଧୋବା ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ବୁଗୁଡା ବ୍ଳକ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ଏସଏମସି ସଭାପତି ସିଦ୍ଧାନ୍ତ ପ୍ରଧାନ ଯୋଗଦେଇ ୪୫ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ଶିକ୍ଷୟିତ୍ରୀ ସ୍ୱର୍ଣ୍ଣମୟୀ ପ୍ରଧାନ ପରିଚାଳନା ରେ ସହଯୋଗ କରିଥିଲେ। ସେହିପରି ଭାବସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ମେଳାରେ ପ୍ରଧାନ ଶିକ୍ଷକ ପାର୍ଥ ସାରଥୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ସରପଞ୍ଚ ଧୋବା ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ଏସଏମସି ସଭାପତି ନିରଞ୍ଜନ ଆଲଟିଆ, ଓ ନାଏବ ସରପଞ୍ଚଙ୍କ ପ୍ରତିନିଧି ପ୍ରଶନ କୁମାର ପୋଲାଇ ଯୋଗଦେଇ ବିଦ୍ୟାଳୟର ୧୧୧ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ଶିକ୍ଷୟିତ୍ରୀ ରଶ୍ମିତା ରଣା ଓ ସୁମନ ଅର୍ପିତା ରଥ ଏବଂ ଶିକ୍ଷକ ଦେବଦତ୍ତ ମହାନ୍ତି ମେଳା ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ