ଦୁଇ ବିଦ୍ୟାଳୟରେ ପୋଷାକ ଓ ଜୋତା ବଣ୍ଟନ ମେଳା
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ କାନସୁକା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବି.ବୋରଦା ପ୍ରାଥମିକ ବିଦ୍ୟାଳୟରେ ଅଗଷ୍ଟ ୨୯ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। କାନସୁକା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମକୁ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୋଷାକ ଓ ଜୋତା ବଣ୍ଟନ ମେଳାରେ ସିଆରସିସି ମାନସ ରଞ୍ଜନ ସେଠୀ ଓ ଏସଏମସି ସଭାପତି ବସନ୍ତ କୁମାର ଭୂୟାଁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ବୃନ୍ଦ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ସହକାରୀ ଶିକ୍ଷକ ବିନାୟକ ନାୟକ, ସିନୁ ପାତ୍ର, ଏ.ସତ୍ୟନାରାୟଣ ରାଓ ଓ ପ୍ରଶାନ୍ତ କୁମାର ରଥ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେହିପରି ବେଠିଆ ବୋରଦା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ପୋଷାକ ଓ ଜୋତା ବଣ୍ଟନ ମେଳାକୁ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିବା ବେଳେ ୪୨ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୋଷାକ ବିତରଣ ମେଳାରେ ସମ୍ମାନୀତ ଅତିଥି ଭାବେ ସରପଞ୍ଚଙ୍କ ପ୍ରତିନିଧି ଉମାକାନ୍ତ ପାତ୍ର, ସମିତି ସଭ୍ୟାଙ୍କ ପ୍ରତିନିଧି କାର୍ତ୍ତିକ ସାହାଣୀ, ନାଏବ ସରପଞ୍ଚ ପ୍ରମୋଦ କୁମାର ପଣ୍ଡା, ଏସଏମସି ସଭାପତି ସୁଧୀର ଗୌଡ଼ ଓ ସିଆରସିସି ମାନସ ରଞ୍ଜନ ସେଠୀ ଯୋଗଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ଶିକ୍ଷକ ନୀଳାଦ୍ରି ବିହାରୀ ପ୍ରଧାନ ଓ ସୀତାରାମ ତ୍ରିପାଠୀ ପୋଷାକ ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।