ଦୁଇ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ପଞ୍ଚାୟତ ର କରାପଲ୍ଲୀ ଗ୍ରାମସ୍ଥିତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥୀଭାବେ ଛତ୍ରପୁର ଏବିଇଓ ସୀତାରାମ ପାତ୍ର , ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ପଟ୍ଟନାୟକ, ସମ୍ମାନୀତ ଅତିଥୀଭାବେ ସିଆରସିସି ଅଶୋକ କୁମାର ଶତପଥୀ, ସମାଜସେବୀ ମାଗୁଣୀ ବିଷୋୟୀ, କାଳିଆ ନାହାକ, ଉଚ୍ଚ ପ୍ରାଥମିକ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରି ଉତ୍ସାହିତ କରିବାସହ ପାଠ ପଢି ଜଣେ ଜଣେ ସୁନାଗରିକ ହେବା ନିମନ୍ତ ଆହ୍ୱାନ ଦେଇଥିଲେ । ଶେଷରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥୀ ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲ।। ପ୍ରାରମ୍ଭରେ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ନାହାକ ସ୍ୱାଗତ ଭାଷଣ ଦେବାସହ ଅତିଥୀମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ବାସୁଦେବ ରଥ ବେଦପାଠକରିଥିଲେ । ଶେଷରେ ଶିକ୍ଷକ ସୁରେନ୍ଦ୍ର ନାହାକ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପରିଚାଳନା କମିଟି , ଗ୍ରାମ୍ୟ କମିଟି ଏବଂ ଦୁଇଟି ବିଦ୍ୟାଳୟ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ