ଦୁଇ ମାସ ଶୋଉଥିବା ଝିଅ

କିମ୍ବଦନ୍ତୀ କହେ କୁମ୍ଭକର୍ଣ୍ଣ ୬ ମାସ ଶୋଉଥିଲେ । ତେବେ ବାସ୍ତବ ଜୀବନରେ କ’ଣ ଏମିତି ଘଟେ? ହଁ, ଘଟିଥାଏ । କଲମ୍ବିଆର ଆକାସିଆସ୍ ସହରରେ ରହୁଥିବା ୧୭ ବର୍ଷୀୟା ଶାରିକା ତୋଭାରଙ୍କ ଜୀବନରେ ଏହା ଘଟୁଛି । ମାତ୍ର ୨ ବର୍ଷ ବୟସର ହୋଇଥିବା ସମୟରୁ ସେ ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି, ଯାହା “ସ୍ଲିପିଂ ବ୍ୟୁଟି’ ନାମରେ ପରିଚିତ । ଏହା ଏକ ଅତି ବିରଳ ଘଟଣା । ଆଜି ପର୍ଯ୍ୟନ୍ତ ସାରା ପୃଥିବୀରେ ମାତ୍ର ୪୦ଟି ଏଭଳି ଘଟଣା ଦେଖିବାକୁ ମିଳିଛିୟ ଶାରିକା ହାଇପରସୋମ୍ନିଆ ବା ଗାଢ଼ ନିଦ୍ରାରେ ୨ ମାସ ପର୍ଯ୍ୟନ୍ତ ରହନ୍ତି । ଏହି ସମୟରେ ତାଙ୍କ ମା’ ମାର୍ଲେନୀ ଝିଅକୁ କିଛି ଘଣ୍ଟା ଅନ୍ତରାଳରେ ଖୁଆଇଥାଆନ୍ତି । ଖାଦ୍ୟକୁ ଗ୍ରାଇଣ୍ଡ କରିବା ସହ ତରଳ ଅବସ୍ଥାରେ ଟ୍ୟୁବ୍ ମାଧ୍ୟମରେ ଖୁଆନ୍ତି । ଝିଅର ଏଭଳି ସ୍ଥିତି ପାଇଁ ମାର୍ଲେନୀଙ୍କୁ ଚାକିରି ବି ଛାଡ଼ିବାକୁ ପଡ଼ିଥିଲା । ଏହି ଗାଢ଼ ନିଦ୍ରାରୁ ଉଠିବା ପରେ ଶାରିକା କେବେ ଆଂଶିକ ତ କେବେ ସମ୍ପୂର୍ଣ୍ଣ ସ୍ମରଣଶକ୍ତି ହରାଇବସନ୍ତି । ଏମିତିକି ନିଜ ମା’କୁ ବି ଚିହ୍ନିପାରନ୍ତି ନାହିଁ । ତେବେ ଏ ପର୍ଯ୍ୟନ୍ତ ଏହି ରୋଗର କାରଣ ଜଣାପଡ଼ିନାହିଁ । ଏହା ଭାଇରାଲ ଇନଫେକ୍ସନରୁ ହୋଇଥାଇପାରେ ବୋଲି ଡାକ୍ତର କହନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ