ଫ୍ୟାନ୍ ମ୍ୟୁଜିୟମ୍

ଖରାଦିନେ କରେଣ୍ଟ ଚାଲିଗଲେ ଆଜି ବି ଖୋଜାପଡ଼େ ବିଞ୍ଚଣା । ତାଳପତ୍ର ହେଉ ବା ପ୍ଲାଷ୍ଟିକ ବିଞ୍ଚଣା, ଖରାଦିନେ ଏହାର ଚାହିଦା କାହିଁରେ କେତେ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବିଞ୍ଚଣାର ଏକ ମ୍ୟୁଜିୟମ ମଧ୍ୟ ରହିଛି । ଭଳିକି ଭଳି ବିଭିନ୍ନ ଡିଜାଇନ୍‌ର ବିଞ୍ଚଣା ଏଠାରେ ସାଇତା ହୋଇ ରହିଛି । ଲଣ୍ଡନର ଗ୍ରିନ୍‌ୱିଚ୍‌ଠାରେ ଥିବା ଏହି ନିଆରା ମ୍ୟୁଜିୟମ୍ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ ହ୍ୟାଣ୍ଡ ଫ୍ୟାନ୍ ଏବଂ ଏହାର ନିର୍ମାଣକୁ ନେଇ । ବିଞ୍ଚଣାକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅଭିପ୍ରାୟ ନେଇ ବ୍ୟବହାର କରାଯାଇଥାଏ । କେଉଁଠି ଏହାକୁ ବିଞ୍ଚିବା ପାଇଁ ବ୍ୟବହାର କରାଯାଉଥିବାବେଳେ କେଉଁଠି ଘର ସଜେଇବା ପାଇଁ ବ୍ୟବହାର କରାଯାଇଥାଏ । କିଏ ଏହାକୁ ପୋଷାକ ସାଙ୍ଗେ ଫ୍ୟାଶନ ଆସେସରି ଭାବେ ବ୍ୟବହାର କରିଥାନ୍ତି ତ କେହି କେହି ଏହାକୁ ଘରସଜ୍ଜା ସାମଗ୍ରୀ ଭାବେ । ତେବେ ଏହି ମ୍ୟୁଜିୟମ୍‌ରେ ପୃଥିବୀର ବିଭିନ୍ନ ସ୍ଥାନର ପ୍ରାୟ ୩୫୦୦ ପ୍ରକାରର ଆଣ୍ଟିକ ଡିଜାଇନ୍‌ର ବିଞ୍ଚଣା ସାଇତା ହୋଇ ରହିଛି । ୧୯୯୧ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମ୍ୟୁଜିୟମରେ ବିଞ୍ଚଣାର ଇତିହାସଠାରୁ ଆରମ୍ଭ କରି ଏହାର ପ୍ରସ୍ତୁତି ପ୍ରଣାଳୀ ତଥା ବିଭିନ୍ନ ସଂସ୍କୃତିର ବିଞ୍ଚଣାର ଝଲକ ଦେଖିବାକୁ ମିଳେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ