ଦୁର୍ଗମ ଅଞ୍ଚଳରେ ଜୀବନକୁ ବାଜି ଲଗାଇ ସ୍କୁଲ ଯାଉଛନ୍ତି ଶିକ୍ଷକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଏବେ ବି ଅନେକ ଶିକ୍ଷକ ଦୁର୍ଗମ ଅଞ୍ଚଳରେ ନିଜ ଜୀବନକୁ ବାଜି ଲଗାଇ ସ୍କୁଲ ଯାଇ ଶିକ୍ଷାଦାନ କରୁଛନ୍ତି। କିଏ ବଣଜଙ୍ଗଲ ଘେରା ସ୍କୁଲକୁ ଯାଉଛି ତ ଆଉ କିଏ ଡଙ୍ଗାରେ ନଦୀ ପାର ହୋଇ ଯାଉଛନ୍ତି। ଏପରି ଭାବେ ଦୁଇଜଣ ଶିକ୍ଷକ ହଡଗଡ଼ ହସ୍ତୀ ଅଭୟାରଣ୍ୟ ମଧ୍ୟରେ ସ୍କୁଲରୁ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡିଥିବାବେଳେ ଅଳ୍ପକେ ଜିବନ ବଞ୍ଚାଇ ଘରକୁ ଫେରିଛନ୍ତି। ଖବରରୁ ଜଣା ଯାଇଛି ହାଟଡ଼ିହି ବ୍ଲକ ହଦଗଡ଼ ପଞ୍ଚାୟତର ଦଲକି ପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ହେଲେ କାଠକଟାରୁ ୧୦ କିଲୋମିଟର ଜଙ୍ଗଲ ରାସ୍ତାରେ ଯିବାକୁ ପଡେ। ଏହି ସ୍କୁଲର ଶିକ୍ଷକ ବସନ୍ତ ନାୟକ ଓ ଦୁମ୍ବି ବାନସିଂ ଗତକାଲି ଅପରାନ୍ନ ୪ଟା ବେଳେ ସ୍କୁଲ ଛୁଟିକରି ଘରକୁ ଫେରିବା ବାଟରେ ଜଙ୍ଗଲ ଭିତରେ ଏକ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀଟି ସେମାନଙ୍କୁ ଆକ୍ରମଣ କରିବାକୁ ଆସିବାରୁ ଶିକ୍ଷକ ଦୁଇଜଣ ସେମାନଙ୍କ ମୋଟର ସାଇକେଲ ପକାଇଦେଇ ଦୌଡିଥିଲେ। କିଛି ବାଟ ସେମାନଙ୍କୁ ଗୋଡ଼ାଇବା ପରେ ହାତୀଟି ଆସି ମଟର ସାଇକେଲ ପାଖରେ ଠିଆହୋଇ ପଳାଇବା ପରେ ସନ୍ଧ୍ୟାରେ ଶିକ୍ଷକମାନେ ବାଇକ ଧରି ଘରକୁ ଫେରିଥିଲେ। ଯାହାକୁନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ