ଦୁର୍ଗମ ଅଞ୍ଚଳର ଶିକ୍ଷା ବ୍ଯବସ୍ଥା ଦିଗହରା

କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି): ଥୁଆମୂଳ ରାମପୁର କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାକୁ ପ୍ରାଧାନ୍ୟ ଦେଇଛନ୍ତି ଛାତ୍ରଛାତ୍ରୀଙ୍କୁ ସ୍କୁଲ ମୁହାଁ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏତେ ଟଙ୍କା ଖର୍ଚ୍ଚା କରାଯାଉଛି ତଥାପି ଦୁର୍ଗମ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ବଦଳରେ ଶିକ୍ଷା ଦିଗ ହରା ହୋଇପଡିଛି। ବିଦ୍ୟାଳୟର ପରିବେଶ ଅତି ଦହନୀୟ ଅବସ୍ଥାରେ ରହିଥିବା ବେଳେ କେଉଁଠି ବିଦ୍ୟାଳୟ ଅଛି ତ କେଉଁଠି ଶିକ୍ଷକ ନାହାନ୍ତି, ଆଉ କେଉଁଠି ଶିକ୍ଷକ ଅଛନ୍ତି ହେଲେ ଛାତ୍ରଛାତ୍ରୀଙ୍କର ଶିକ୍ଷାରେ ଅବହେଳା। ଏ ପରିସ୍ଥିତିରେ ଦୁର୍ଗମ ଅଞ୍ଚଳରେ ରହିଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଯେଉଁ ଶିକ୍ଷକ ମାନେ ସ୍କୁଲରେ ନିୟୋଜିତ ଅଛନ୍ତି ସେମାନେ ସରକାରଙ୍କ ଠାରୁ ଦରମା ପାଇ ନିଜ ଛୁଆଙ୍କୁ ଇଂରାଜୀ ସ୍କୁଲ ବା ଭଲ ବେସରକାରୀ ସ୍କୁଲ ରେ ପାଠ ପଢାଇବାରେ ବ୍ଯସ୍ତ, କିନ୍ତୁ ଅନ୍ଯର ପିଲାଙ୍କ ଭବିଷ୍ୟତ ଗଠନ କରିବା ପାଇଁ ଶିକ୍ଷକଙ୍କୁ ଗୁରୁଦାୟିତ୍ଵ ଦିଆଯାଇଛି ହେଲେ ସେମାନେ ନିଜ ଦାୟିତ୍ଵ ବୋଲି ନଭାବି ନିଜେ ଭୁଲିଯାଉଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି କଳାହାଣ୍ଡି ଜିଲ୍ଲା ଆଦିବାସୀଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ସିଲେଟ ଗ୍ରାମପଞ୍ଚାୟତ ସ୍ଥିତ ଦାଣ୍ଡପଦର ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ୨୩ ରୁ ୨୬ ଜଣ ଛାତ୍ରଛାତ୍ରୀ ଙ୍କୁ ପାଠପଢାଇବା ପାଇଁ ଦୁଇ ଜଣ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇଛି। ପ୍ରଧାନ ଶିକ୍ଷକ ଏବଂ ସହ ଶିକ୍ଷକ ନିଯୁକ୍ତି ଅଛନ୍ତି ବୋଲି ଜଣାପଡିଛି। ତେବେ ଏହି ଦୁଇଜଣ ଶିକ୍ଷକ ସପ୍ତାହକୁ ୨ ରୁ ୩ ଦିନ ଏପରିକି ମାସକୁ ମାତ୍ର ୮ ରୁ ୧୨ ଦିନ ସ୍କୁଲ ଆସୁଥିବା ବେଳେ ଯଦିଓ କେବେ ଆସନ୍ତି ତୋ ଠିକ୍ ସମୟରେ ନଆସି ଦିନ ୧୧ ଟା ୩୦ ରେ ସ୍କୁଲରେ ପହଞ୍ଚିବା ଘଟଣାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ଶିକ୍ଷକ ମନମୁଖି ଭାବେ ସ୍କୁଲକୁ ଆସନ୍ତି ଓ ଇଚ୍ଛା ଅନୁସାରେ ବିଦ୍ୟାଳୟରେ ତାଲା ପକାଇ ଚାଲିଯାଆନ୍ତି ବୋଲି ପୁଣି ଅଭିଯୋଗ ହେଉଛି। ଏମିତି କି ଛାତ୍ରଛାତ୍ରୀଙ୍କୁ ନିୟମିତ ସ୍କୁଲରେ ମଧ୍ୟାହ୍ନ ଭୋଜନ ମଧ୍ୟ ମିଳେ ନାହିଁ ଛାତ୍ରଛାତ୍ରୀ ଭୋକ ଉପାସରେ ଘରକୁ ଫେରିବା ଘଟଣା ଗ୍ରାମବାସୀ ପ୍ରକାଶ କରିଛନ୍ତି। କେବଳ ଏହି ବିଦ୍ୟାଳୟ ସ୍ବାସ୍ଥ୍ୟ ସ୍ବରାଜ ର ଶିକ୍ଷା ସାଥିଙ୍କ ଭରସାରେ ଚାଲିଛି ପିଲାଙ୍କ ପାଠପଢା l ଶିକ୍ଷକଙ୍କ ମନମୁଖି କାର୍ଯ୍ଯ ଯୋଗୁଁ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି। ବିଦ୍ୟାଳୟଟି ଅବ୍ୟବସ୍ଥାରେ ଚାଲିଥିବାରୁ ଅଭିଭାବକ ମହଲ ରେ ଅସନ୍ତୋଷ ଦେଖାଦେଇଛି ଏ ନେଇ ଦୁର୍ଗମ ଅଞ୍ଚଳର ଶିକ୍ଷାର ବ୍ୟବସ୍ଥା ଏବଂ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ କଳାପ ବିଷୟକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଶିକ୍ଷା ବିଭାଗ ନିରବଦ୍ରଷ୍ଟା ସାଜିଛି। ଏପରିକି ଖାମଖିଆଲି ନୀତି ଅବଲମ୍ବନ କରୁଥିବା ଶିକ୍ଷକଙ୍କ ବିରୋଧରେ କୌଣସି ପ୍ରକାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି। ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କଲେ ଶିକ୍ଷକ ସାଧାରଣ ଲୋକଙ୍କୁ ଧମକ ଚମକ ଦେଉଥ‌ିବା ଜଣାପଡ଼ିଛି । ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ମଧ୍ୟରେ ଦାବି ହେଉଛି। ଏସଂପର୍କରେ ବ୍ଲକ୍ ଶିକ୍ଷାଧିକାରିଣୀ ପ୍ରଭାତୀ ନଳିନୀ ଠାକୁର ଙ୍କୁ ପଚାରିବାରୁ ଆଗରୁ ମଧ୍ୟ ସେ ଅଞ୍ଚଳର ସ୍କୁଲର ସମସ୍ୟାକୁ ନେଇ ମୋ ପାଖକୁ ଅଭିଯୋଗ ଆସିଛି ବହୁତ ଶୀଘ୍ର କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଳକ ଶିକ୍ଷାଧିକାରୀ ପ୍ରକାଶ କରିଥିବା ଜଣାପଡିଛି। ତେବେ ଦେଖିବାକୁ ବାକି ରହିଲା କେବେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ