ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କଲେଜ ଛକ ଠାରେ ଦୁର୍ଗା ପୂଜା ପାଇଁ ଗଜପତି ମୋଟର ଏସୋସିଏସନ ପକ୍ଷରୁ ଶୁଭଖୁଣ୍ଟିର ପୂଜାର୍ଚ୍ଚନା ସହ ସ୍ଥାପନ କରାଯାଇଛି । ଅନୁଷ୍ଠାନର ସଭାପତି କେ.ପ୍ରସାଦଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ପଣ୍ଡିତ ରାମକୃଷ୍ଣ ମିଶ୍ରଙ୍କ ପୌରହିତ୍ୟରେ ଏହା ସମ୍ପାଦନ ହୋଇଥିଲା । ଦୀର୍ଘ ୨୮ ବର୍ଷ ହେଲା ଏଠାରେ ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଥିବା ବେଳେ ପ୍ରତ୍ୟେକ ବର୍ଷ ଏଠାରେ ଧୂମ ଧାମରେ ପୂଜାକରାଯାଇଥାଏ । ହେଲେ ପୂର୍ବବର୍ଷ କରୋନା କଟକଣା ଯୋଗୁଁ ପାବନ୍ଦି ଲାଗିଥିଲା । ଆଜିର ଏହି ଶୁଭଖୁଣ୍ଟି ସ୍ଥାପନ ଅବସରରେ ଏସୋସିଏସନର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ