ଦୁର୍ଘଟଣାକୁ ମାସେ ବିତିଲା, ମିଳିନି ସରକାରୀ ସହାୟତା

ହାଟଡିହିି, (ବିକାଶ ବିଶ୍ୱାଳ):ଦୁର୍ଘଟଣାରେ ଗୋଟିଏ ଗୋହ ହରାଇ ଭୋକ ଉପାସରେ ଦିନ କାଟୁଥିବା ଜଣେ ଶ୍ରମିକ ଆଜି ଜିଲ୍ଲାପାଳଙ୍କୁ ଭେଟି ସହାୟତା ପାଇଁ ନିବେଦନ କରିଛନ୍ତି ଆଇତିପୁର ପଞ୍ଚାୟତ ମଧୁପୁର ଗ୍ରାମର ନବଘନ ବାରିକ । ତାଙ୍କ ଅଭିଯୋଗ ଅନୁଯାଇ ସେ ଗତ ୧୨ବର୍ଷ ଧରି ଟ୍ରେନଲାଇନରେ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲେ । ଗତ ଜୁନ ୭ତାରିଖ ଦିନ ଯାଜପୁର ରେଲଲାଇନରେ କାମ କରୁଥିବା ସମୟରେ ହଠାତ ଝଡପବନ ଆସିବାରୁ ସେ ଓ ତାଙ୍କର କିଛି ସହକର୍ମୀ ସେଠାରେ ଦୀର୍ଘଦିନ ଧରି ଅଟକି ରହିଥିବା ଏକ ଟ୍ରେନ ଡବତଳେ ଆଶ୍ରୟ ନେଇଥିଲେ । କିନ୍ତୁ ପ୍ରବଳ ପବନରେ ଟ୍ରେନଟି ହଠାତ ଗଡିଯିବାରୁ ୬ଜଣଙ୍କ ମୃତୁ୍ୟ ଘଟିବା ସହ କିଛି ଶ୍ରମିକ ଆହତ ହୋଇଥିଲେ । ତନ୍ମଧ୍ୟରୁ ସେ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ । ତାଙ୍କର ଗୋଟିଏ ଗୋଡ ସମ୍ପୁର୍ଣ୍ଣ କଟିଯାଇଥିଲା । ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତିକରାଯାଇ ଚିକିତ୍ସିତ କରାଯାଇଥିଲା । ଗତ ୨ତାରିଖ ଦିନ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ଏବେ ସେ ଘରେ ପଡି ରହିଥିବାବେଳେ ପ୍ରତି ସପ୍ତାହରେ ଥରେ ଯାଇ ଡ୍ରେସିଂ କରାଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସେ ଏକ ଗରିବ ପରିବାରର ହୋଇଥିବାବେଳେ ୫ପରାଣି କୁଟୁମ୍ବ ତାଙ୍କ ରୋଜଗାର ଉପରେ ନିର୍ଭରଶୀଳ ଥିଲେ । ଏବେ ସେ ବହୁ ଦୁଃଖକଷ୍ଟରେ କାଳତିପାତ କରୁଛନ୍ତି । ସରକାର ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ କୌଣସି ସହାୟତା ଯୋଗାଇଦେଇ ନାହାନ୍ତି । ,ପରିସ୍ଥଳେ ତାଙ୍କର ପରିବାର ପ୍ରତିପୋଷଣ ପାଇଁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଜିଲ୍ଲାପାଳ ତାଙ୍କ ଅବସ୍ଥା ଦେଖି ତୁରନ୍ତ ସହାୟତା ଯୋଗାଇଦେବା ଲାଗି ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ