ଦୁର୍ଘଟଣାରେ ଆହତ ପୁରୋହିତଙ୍କ ପରଲୋକ

ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ବନ୍ତ ବ୍ଳକ ରାମପୁର ପଞ୍ଚାୟତ ବାଲୋ ଶାସନ ଗ୍ରାମର ଶଶଧର ମିଶ୍ର(୬୫)ଙ୍କର କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ପରଲୋକ ଘଟିଛି । ଅଗଷ୍ଟ ୮ ତାରିଖରେ ଭଦ୍ରକ ବନ୍ତ ଛକରୁ ନିଜ ଗ୍ରାମ ଅଭିମୁଖେ ଆସୁଥିବା ବେଳେ ଆଚାର୍ଯ୍ୟ ନଗର ଛକ ନିକଟରେ ଏକ ଦ୍ରୁତଗାମୀ ପିକ୍ଅପ ଭ୍ୟାନ୍ ନଂ-ଓଡି-୨୨-ଏଲ-୩୩୭୮ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇ ପ୍ରଥମେ ଭଦ୍ରକ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ । ସେଠାରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ତାଙ୍କର ମୃତୁ୍ୟ ଘଟିଛି । ସେ ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ପ୍ରତ୍ୟେହ ପୁରୋହିତ କାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ଗତ କିିଛି ଦିନ ପୂର୍ବେ ତାଙ୍କ ପୁଅ ଅଶୋକ ଦୁର୍ଘଟଣାରେ ଆହତ ହୋଇ ଘରେ ବସିଛନ୍ତି । ଫଳରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ