ପ୍ରଧାନ ଶିକ୍ଷକଙ୍କ ଅନିୟମିତତା ଯୋଗୁଁ ବଦଳି ଦାବୀ କଲେ କମିଟି ସଭ୍ୟ, ଅଭିଭାବକ

ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ବନ୍ତ ବ୍ଳକ ଧନି ଓଝା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଅନିୟମିତତା ଓ ପରିଚାଳନାଗତ ତୃଟି ଯୋଗୁଁ ତାଙ୍କୁ ଅନ୍ୟତ୍ର ବଦଳି କରିବା କରିବା ନେଇ ପରିଚାନଳା କମିଟିର ସଭ୍ୟସଭ୍ୟା ଓ ଅଭିଭାବକ ମାନେ ବିଦ୍ୟାଳୟ ଗଣଶିକ୍ଷା, ସଚିବ, ଭୁନନେଶ୍ୱର, ଜିଲାପାଳ, ଭଦ୍ରକ, ଜିଲା ଶିକ୍ଷାଧିକାରୀ ଭଦ୍ରକ, ବ୍ଲକ ଶିକ୍ଷାଧିକାରୀ ବନ୍ତଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଉକ୍ତ ବିଦ୍ୟାଳୟରେ ଧନିଓଝା, କୋଳିପଦୀ, ଅଜାଣଗଢିଆ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପରିଚାଳନାଗତ ତୃଟି ଯୋଗୁଁ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ପ୍ରଧାନ ଶିକ୍ଷକଙ୍କ ଖାମଖିଆଲି ନୀତି ଯୋଗୁଁ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଠିକ୍ ସମୟରେ ବିଦ୍ୟାଳୟକୁ ଆସୁନଥିବାରୁ ପାଠ ପଢାରେ ସମସ୍ୟା ହେଉଛି । ପିଲା ମାନଙ୍କୁ ବିନା କାରଣରେ ଗାଳିଗୁଲଜ, ଧମକ ଦେବା, ବିନା କାରଣରେ ଅନ୍ୟ ଶିକ୍ଷକ ମାନଙ୍କୁ ଦୋଷ ଦେବା, ପରିଚାଳନା କମିଟି ସଭ୍ୟଙ୍କୁ ଦୁର୍ବ୍ୟବହାର କରିବା, ଖେଳ ଛୁଟି ବେଳେ ପିଲା ମାନଙ୍କୁ ନିଜ କାମରେ ବଜାରକୁ ପଠାଇବା, ନିଜେ କୌଣସି କ୍ଲାସ ନକରିବା ଆଦି ବିଭିନ୍ନ ବେନିୟମ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ସେହିପରି ଉକ୍ତ ବିଦ୍ୟାଳୟର ଜଣେ କର୍କଟ ପିଡିତ ଶିକ୍ଷକଙ୍କର ଦରମା ବନ୍ଦ କରିଛନ୍ତି । ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ପିଲା ମାନଙ୍କୁ ଦିଆଯାଉଛି । ନିଜେ ଠିକ୍ ସମୟରେ ବିଦ୍ୟାଳୟକୁ ଆସୁନଥିବା ବେଳେ ବିଦ୍ୟାଳୟର ଖେଳ ସାମଗ୍ରୀ ନଆଣି ଉକ୍ତ ଅର୍ଥକୁ ଆତ୍ମସାତ କରିଥିବା ସଂଗୀନ୍ ଅଭିଯୋଗ ତାଙ୍କ ନାମରେ ହୋଇଛି । ଗତ କିଛି ଦିନ ତଳେ ଗ୍ରାମର ମହିଳା ଅଭିଭାବିକା ଶୈଳବାଳା ଯେନା, ସନ୍ଧ୍ୟାରାଣୀ ଯେନା, ଟିକିନା ଯେନା, ଖୁଲଣା ଯେନା, କମଳା ଭୋଇ ପ୍ରଧାନ ଶିକ୍ଷକଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିବା ବେଳେ ପ୍ରଧାନ ଶିକ୍ଷକ ଗେଟ୍ରେ ତାଲା ପକାଇ ସେମାନଙ୍କୁ ଭିତରକୁ ଛାଡି ନଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଉଚ୍ଚ ଅଧିକାରୀ ମାନେ ତଦନ୍ତ ପୂର୍ବକ କାର୍ଯ୍ୟାନୁÂାନ ଗ୍ରହଣ ପୂର୍ବକ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବା ନେଇ ପରିଚାଳନା କମିଟିର ସଭ୍ୟସଭ୍ୟା ଓ ଅଭିଭାବକ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ