ଦୁର୍ଘଟଣାରେ ମୃତ ପରେ ଅଞ୍ଚଳରେ ଶୋକର ଛାୟା

କୋଦଳା :(ଯୁଗାବ୍ଦ ନ୍ୟୁଜ )ଗଂଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ହଜ ସାହିର ସୂର୍ଯ୍ୟମଣି ମୁନିକଂ ମୃତ୍ୟୁ ପରେ କୋଦଳା ହଜ ସାହି ସମେତ ପୁରା କୋଦଳା ଅଞ୍ଚଳ ସ୍ତବ୍ଧ ହୋଇ ପଡିଛି। ଆଜି ମୃତ ସୂର୍ଯ୍ୟମଣି କଂ ମର ଶରୀରକୁ ଆମ୍ବୁଲାନ୍ସ ଯୋଗେ କୋଦଳା ଅଣାଯିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାରର ଏକମାତ୍ର ରୋଜଗାରୀଆ ପୁଅକୁ ବିବାହ କରାଇବା ପାଇଁ ମା ବାପା ଚିନ୍ତା କରୁଥିବା ବେଳେ ଅକାଳରେ ଚାଲିଯାଇଛି ଜୀବନ। ଶୁକ୍ରବାର ଖଲ୍ଲିିକୋଟ ମୁଖ୍ୟ ରାସ୍ତାରେ ଭୁବନେଶ୍ୱର ଯାଉଥିବା ଏକ ବସ୍ ସହ ଧକ୍କା ହେବା ଫଳରେ ବସ୍ ଚକା ତଳେ ପଡି ପ୍ରାଣ ହରାଇଛନ୍ତି ବାପା ମାଆଙ୍କ ଏକମାତ୍ର ପୁଅ ସୂର୍ଯ୍ୟମଣି। ଏଭଳି ସ୍ଥଳେ ପରିବାର ସଦସ୍ୟଙ୍କ ସମେତ ପୁରା ସାହି ବାସିନ୍ଦା ଆଖିରୁ ଲୁହ ଝରାଉଛନ୍ତି। ଭଲ ବ୍ୟବସାୟ କରି ବେଶ୍ ଦୁଇ ପଇସା ରୋଜଗାର କରୁଥିବା ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛନ୍ତି ବାପା ମା ଓ ଭଉଣୀ। ଏପରିକି ଏହି ଲୋମହର୍ଷଣକାରୀ ଘଟଣାକୁ ଭାବି ଭାବି ମା ବାପାଙ୍କ ଚେତା ବୁଡି ଯାଉଥିବା ବେଳେ ଏହି ପରିବାରକୁ ସରକାର କ୍ଷତିପୂରଣ ଦେଇ ଥଇଥାନ କରିବାକୁ ହଜ ସାହି ବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ