ଦୁର୍ଘଟଣାରେ ଯୁବକ ମୃତ
ଚୌଦ୍ୱାର, (ଦୀପକ କୁମାର ବେଉରା):କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ବନ୍ଦାଳ ନୂଆ ଟୋଲ ଗେଟ୍ ନିକଟରେ ଟ୍ରକ ଓ ବସ ଧକ୍କା ରେ ଜଣେ ବ୍ୟକ୍ତିଙ୍କ ର ମୃତ୍ୟୁ ଘଟିଛି। ବସଟି କେନ୍ଦୁଝର ରୁ କଟକ ଅଭିମୁଖେ ଯାଉଥିବା ବେଳେ ନୂତନ ଟୋଲ ଗେଟ୍ ପାଖା ପାଖି ବସଟି ଟ୍ରକ କୁ ଓଭର ଟେକ କରିବା ସମୟରେ ଧକ୍କା ହେବାରୁ ବସରେ ଥିବା ହେଲ୍ପର ଜଣକ ଗଳିପଡିବା
ଫଳରେ ହେଲ୍ପର ଜଣଙ୍କ ଉପରେ ବସ ର ପଛ ଚକ ଚଢିଯିବାରୁ ଘଟଣା ସ୍ଥଳରେ ପ୍ରାଣ ବାୟୁ ଉଡ଼ିଯାଇଥିଲା । ମୃତ ଯୁବକ ଜଣକ ଯାଜପୁର ଜିଲ୍ଲା ବନ୍ଦାଳୋ ଗ୍ରାମ ର ସଦାନନ୍ଦ ଜେନା ବୋଲି ଜଣାପଡିଛି। ଦୁର୍ଘଟଣା ଘଟାଇ ଉଭୟ ଗାଡିର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଖବର ପାଇଁ ପୋଲିସ ପେଟ୍ରୋଲିଙ୍ଗ ଭ୍ୟାନ ପହଁଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲ କୁ ପଠାଇବା ସହ ଗାଡି ଦୁଇଟି କୁ ଅଟକ ରଖିଛି।


