ଦୁର୍ଘଟଣାରେ ଯୁବକ ମୃତ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ ବୋଡକ ଗ୍ରାମର ରାଜେଶ କୁମାର ନାୟକ (୩୦) ନାମକ ଜଣେ ଯୁବକ ଶନିବାର ଅପରାହ୍ଣରେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ମୃତ ରାଜେଶ ନିଜର ମାଉସୀ ଘର ଚାନ୍ଦବାଲି ଅଞ୍ଚଳର ତାଳପଦାରୁ ଫେରୁଥିବା ବେଳେ ଭଦ୍ରକ ବାଇପାସ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ରାଜେଶ ମୃତ୍ୟୁ ବରଣ କରିଥିଲେ । ସଂପୃକ୍ତ ଗାଡି ଚାଳକ ଦୁର୍ଘଟଣା ଘଟାଇ ଚାଲି ଯାଇଥିଲେ ମଧ୍ୟ ଗାଡିକୁ ଠାବ କରାଯାଇପାରି ନାହିଁ । ପୁରୁଣାବଜାର ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଶବ ଜବଦ କରିବା ସହ ଭଦ୍ରକ ମୂଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇବାର ବ୍ୟବସ୍ଥା କରିଛି । ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି ଏ ସଂକ୍ରାନ୍ତରେ ପୁରୁଣା ବଜାର ଥାନାରେ କେଶ ନଂ୨୫୨/ ୨୨ରେ ଏକ ଅପମୃତ୍ଯୁ ମାମଲା ରୁଜ୍ଜୁ ହୋଇଛି । ରାଜେଶ ଜଣେ ପରୋପକାରୀ ଯୁବକ ହୋଇଥିବାରୁ ତାଙ୍କ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।