ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ 

ଭଣ୍ଡାରିପୋଖରୀ,(ଦୁର୍ଯ୍ୟଧାନ ଲେଙ୍କା): ଧାମନଗର ଥାନା ଦକ୍ଷିଣଵାଡ ଛକ ଠାରେ ଆଜି ସକାଳ ପ୍ରାୟ ୬.୩୦ମିନିଟ୍ ସମୟରେ ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଷେଣ୍ଡପୁର ଗ୍ରାମର ରବିନ୍ଦ୍ର ପରମାଣିକ ମୋଟର ସାଇକେଲରେ ପରିଵା ନେଇ ଯାଉଥିବା ବେଳେ ଏକ ଚିପ୍ସ ଵୋଝେଇ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା । ଘଟଣା ସ୍ଥଳରେ ରବିନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଦୁର୍ଘଟଣା ପରେ ଗାଡି ଚାଳକ ଫେରାର ହୋଇଯାଇଛି । ଧାମନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକଟିକୁ ଯଵତ କରି ଶଵ ଵ୍ୟଵଛେଦ ପାଇଁ ଭଦ୍ରକ ପଠାଇଥିଵା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ