ଦୁର୍ଦିନରେ ଫୁଟପାଥ୍ ବେପାରୀ ପରିବାର ଚଳିବ କିପର. ଚିନ୍ତାରେ ମୁରବି
ହିଞ୍ଜିଳିକାଟୁ (ଶେଷଦେବ ସାହୁ): କରୋନା ବହୁ ଲୋକଙ୍କ ଜୀବନ ଜୀବିକା ଛଡ଼ାଇ ନେଇଛି । କରୋନାକୁ ପ୍ରତିହିତ କରିବା ପାଇଁ ପୂରା ଭାରତ ଏବେ ଲକଡ଼ାଉନ୍ । ଏଭଳି ପରିସ୍ଥିତିରେ ବିଶେଷ ମାତ୍ରାରେ ପ୍ରଭାବିତ ହେଉଛନ୍ତି ଦିନ ମଜୁରିଆ ଓ ଖଟିଖିଆ । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ମଧ୍ୟ କରୋନା ଯୋଗୁଁ ବହୁ ଲୋକଙ୍କ ବେପାର ବୁଡ଼ି ଯାଇଛି । ଫୁଟ୍ଫାଥ୍ରେ ବେପାର କରି ଘର ଚଳାଉଥିବା ବେପାରୀମାନେ ଏବେ ଦୁର୍ଦିନରେ ରହିଛନ୍ତି । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ବିଭିନ୍ନ ଛକ ସ୍ଥାନ ସମେତ ରାସ୍ତା କଡ଼ରେ ପୁଟପାଥ୍ରେ ବେପାର କରି ପରିବାର ପ୍ରତିପୋଷଣ କରୁଥିବା ୫ଶହରୁ ଉର୍ଦ୍ଧ୍ୱ ବେପାରୀ ଚିନ୍ତାରେ ରହିଛନ୍ତି । ଗତ ୨୨ ତାରିଖ ଠାରୁ ବେପାର ବନ୍ଦ ରହିଥିବା ବେଳେ ପରିବାର କିପରି ଚଳିବ ସେ ଚିନ୍ତାରେ ରହିଛନ୍ତି ମୁରବି । ଏଭଳି କ୍ଷେତ୍ରରେ ସେମାନଙ୍କ ପାଇଁ ସରକାରୀ ସହାୟତା ହିଁ ଭରସା ବୋଲି ବହୁ ପୁଟପାଥ୍ ବ୍ୟବସାୟୀ କହିଛନ୍ତି ।
କରୋନା ଭୁତାଣୁ ସଂକ୍ରମଣର ଭୟାହବହତାକୁ ନଜରରେ ରଖି ରାଜ୍ୟ ସରକାର ଗତ ୨୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣଶ କରିଥିବା ବେଳେ କେନ୍ଦ୍ର ସରକାର ଗୋଟିଏ ଦିନ ପାଇଁ ଜନତା କର୍ପ୍ୟୁ ଡ଼ାକରା ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦର ୨୧ ଦିନ ପାଇଁ ପୁରା ଭାରତବର୍ଷକୁ ଲକଡ଼ାଉନ ଘୋଷଣା କରିଛନ୍ତି । ଫଳରେ ପୁରା ଭାରତ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି । ବ୍ୟବସାୟ, ଗମନାଗମନ, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଜରୁରୀ ନହେଲେ ଘରୁ ବାହାରକୁ ନବାହାରିବାକୁ କଟକଣା ଜାରି କରାଯାଇଛି । ଏଭଳି ସ୍ଥିତିରେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ବିଭିନ୍ନ ଛକ ସ୍ଥାନ ସମେତ ରାସ୍ତା କଡ଼ରେ ପୁଟପାଥ୍ରେ ବେପାର ବଣିଜ କରୁଥିବା ଉଠା ଦୋକାନୀଙ୍କ ବ୍ୟବସାୟ ବନ୍ଦ ରହିଛି । ଯାହା ଫଳରେ ପରିବାର ପ୍ରତିପୋଷଣ କରିବା ମୁସ୍କିଲ ହୋଇପଡ଼ିଛି ବୋଲି ବହୁ ଉଠଦୋକାନୀ ବ୍ୟବସାୟୀ କହିଛନ୍ତି । ଫାଷ୍ଟପୁଡ଼, ଚାଟ୍, ଦହିବରା, ଘୁଘୁନି, ରେଡ଼ିମେଡ଼ ଡ଼୍ରେସ ଭଳି ବିଭିନ୍ନ ରକମର ସାମଗ୍ରୀର ପସରା ମେଲି ଫୁଟପାଥ୍ ବେପାର କରି ଗୁଜୁରାଣ ମେଂଟାଉଥିବା ବ୍ୟବସାୟୀ ମାନେ ନିଜନିଜର ବ୍ୟବସାୟ ହରାଇ ଭୋକ ଉପାସରେ ହାତ ବାନ୍ଧି ବସିଛନ୍ତି । ଏଭଳି କ୍ଷେତ୍ରରେ ସରକାର ସେମାନଙ୍କୁ କିଛି ଆର୍ଥୀକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।