ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚତୁର୍ଥ ଦିନରେ ଆଜି ବାଲେଶ୍ୱର ସହରରେ ଏକ ୱାକାଥନ (ଗଣ ପଦଯାତ୍ରା) ଅନୁଷ୍ଠିତ ହୋଇଯାଇଛି । ଦୁର୍ନୀତି ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ୱାକାଥନରେ କ୍ରୀଡ଼ା ଛାତ୍ରାବାସର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ଏହି ପଦଯାତ୍ରା ସ୍ଥାନୀୟ ପବ୍ଲିକ ସ୍କୁଲର ବାହାରି ସହରର ଷ୍ଟେସନ ଛକ, ଫକୀରମୋହନ ଗୋଲେଇ ଏବଂ ଫାଣ୍ଡି ଛକ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ୠଣପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ । ବାଲେଶ୍ୱର ଭିଜିଲାନ୍ସ ଖଣ୍ଡ ଆରକ୍ଷୀ ଅଧୀକ୍ଷକ ନରହରି ନାୟକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ ସବୁ ମହଲରୁ ଉଦ୍ୟମ ସାଙ୍ଗକୁ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଭିଜିଲାନ୍ସ ଏସପି ଶ୍ରୀ ନାୟକ କହିଥିଲେ । ଭିଜିଲାନ୍ସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପରମେଶ୍ୱର କିଶାନ, ଭିଜିଲାନ୍ସ ଡିଏସପି ସନ୍ତୋଷ କୁମାର ସାମନ୍ତରା, ସିକନ୍ଦର ହେମ୍ବ୍ରମ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଓ କର୍ମଚାରୀ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ