ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ  ୧୬ ଜଣ ଅଫିସର ବରଖାସ୍ତ

ଭୁବନେଶ୍ୱର : ଦୁର୍ନୀତି ବିକାଶାର ସବୁଠାରୁ ବଡ଼ ପ୍ରତିବନ୍ଧକ । ତେଣୁ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ତେଣୁ ଦୁର୍ନୀତି ବିରୁଦ୍ଧରେ ତାଙ୍କର କଡ଼ା କାର୍ଯ୍ୟାନୁଷ୍ଠାନର ଅଂଶ ସ୍ୱରୂପ ମୁଖ୍ୟମନ୍ତ୍ରୀ ଆଜି ୧୬ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ଏମାନଙ୍କ ମଧ୍ୟରେ ୫ ଜଣ ପ୍ରଧାନ ଶିକ୍ଷକ, ୪ ଜଣ ଇଞ୍ଜିନିୟର, ୨ ଜଣ ରେଭ୍ନେୁ୍ୟ ଇନ୍ସିପେକ୍ଟର, ଜଣେ ଫାର୍ମାଶିଷ୍ଟ, ଜଣେ ଅମିନ, ଜଣେ ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର ଏବଂ ୨ ଜଣ କିରାଣି ଅନ୍ତର୍ଭୁକ୍ତ । ଏହି ସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ- ଭୁବନେଶ୍ୱର ଆର୍ ଆଣ୍ଡ ବି ଡିଭିଜନ-୧ର ଡେପୁଟି ଏକଜିକ୍ୟୁଟିଭ ଇଞ୍ଜିନିୟର ଜିବେଶ ଚନ୍ଦ୍ର ରଥ, ଦଶପଲ୍ଲା ର‌୍ୟୁରାଲ ୱାର୍କସର ଆସିଷ୍ଟାଣ୍ଟ ଇଞ୍ଜିନିୟର ତିରୁପତି ଭେଙ୍କେଟେଶ୍ୱର ପାନି, କାମାକ୍ଷାନଗର ବ୍ଲକ ଜୁନିଅର ଇଞ୍ଜିନିୟର ବସନ୍ତ କୁମାର ପାତ୍ର, ଯାଜପୁର ମାଇନର ଇରିଗେସନ ଡିଭିଜନ୍ର ଜୁନିଅର ଇଞ୍ଜିନିୟର୍ ପ୍ରକାଶ ଚନ୍ଦ୍ର ସିଂ, ବଳରାମପୁର ଜଗତସିଂହପୁର ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଭୟ କୁମାର ବିଶ୍ୱାଳ, ମାଥିଲି ବ୍ଲକର ସାରଙ୍ଗପାଲି ପ୍ରାଇମେରୀ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ କପିଳ ଚନ୍ଦ୍ର ନାୟକ, ନବରଙ୍ଗପୁର ପାପଡାହାଣ୍ଡିର ପିୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ପାତ୍ର, ଟିଓଏମଇ ସ୍କୁଲ ପାପଡ଼ାହାଣ୍ଡିର ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଧର ହରିଜନ, କନ୍ଧମାଳର କୋଟଗଡ଼ ବ୍ଲକ ଏସଇସି ଅଦ୍ରି ନିଉ ପ୍ରାଇମେରୀ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ କାହ୍ନୁଚରଣ ଡିଗଲ, କୋଦଳା ତହସିଲ ଅଫିସର ରେଭିନ୍ୟୁ ଇନ୍ସିପେକ୍ଟର ମଙ୍ଗୁଳୁ ନାଏକ, ଶାଳପଡ଼ା ସ୍ପେଶିଆଲ ଲ୍ୟାଣ୍ଡ ଆକ୍ୟୁଜେସନ ଅଫିସର ରେଭେନ୍ୟୁ ଇନ୍ସିପେକ୍ଟର ନରହରି ଓଝା, କେନ୍ଦୁଝର ବାସୁଦେବପୁରର ପିଡି (ଆର ଆଣ୍ଡ ଆର)ର ଅମୀନ ଶରତ ଚନ୍ଦ୍ର ସେଠୀ, ବୌଦ୍ଧ ପୁରୁଣା କଟକ ସିଏଚସିର ପୂର୍ବତନ ଫାର୍ମାଶିଷ୍ଟ ସନ୍ତୋଷ କୁମାର ପଣ୍ଡା, ଇଛାପୁର ହାଇସ୍କୁଲର କନିଷ୍ଠ କିରାଣି ନକୁଳ କୁମାର ଖମାରୀ, ବୌଦ୍ଧ ହରଭଙ୍ଗାର ବିଇଓଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ବିରେନ୍ଦ୍ର କୁମାର ପଣ୍ଡା ଏବଂ କୋରାପୁଟ ନନ୍ଦପୁର ବ୍ଲକର ପଞ୍ଚାୟତ ଏକଜିକ୍ୟୁଟିଭ ଅଫିସର ପ୍ରଶାନ୍ତ ଚନ୍ଦ୍ର ନାୟକ । ସୂଚନାଯୋଗ୍ୟ ଯେ ଗତ ଏକ ମାସ ମଧ୍ୟରେ ୩୭ ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବରଖାସ୍ତ କରିବା ସହିତ ୬ ଜଣଙ୍କ ପେନସନ୍ ରାଜ୍ୟ ସରକାର ବନ୍ଦ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ