ଦୁର୍ନୀତି ବିରୋଧରେ ଶପଥ ନେଲେ ପୁଲିସ କର୍ମଚାରୀ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟରେ ଦ୍ରୁତ ଗତିରେ ଦୁର୍ନୀତି ବଢିଚାଲିଥିବା ବେଳେ ପୋଲିସ କର୍ମଚାରୀ ମାନେ ଦୁର୍ନୀତି କରିବା ନାହିଁ କି କାହାକୁ ଦୁର୍ନୀତି କରିବାକୁ ପ୍ରଶୟ ଦେବା ନାହିଁ ଶପଥ ପାଠ କରିଛନ୍ତି । ଏଭଳି ଏକ ମହତ୍ତ୍ୱ ଉଦ୍ଦେଶ୍ୟରଖି ସୋମବାର ଦିନ ଗଂଜାମ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଏସପି ବ୍ରିଜେଶ କୁମାର ରାଏ ଓ କର୍ମଚାରୀ ମାନେ ଶପଥ ନେଇଛନ୍ତି । ସମସ୍ତେ ଛିଡା ହୋଇ ଦୁର୍ନୀତି ବିରୁଦ୍ଧରେ ଏହି ଶପଥ ପାଠ ନେଇଥିଲେ । ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଏହି ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡିଏସପି ଡିଆଇବି ପି.କେ ଦଳାଇ, ଡିଏସପି ହେଡକ୍ୱାର୍ଟର ଅଜୟ କୁମାର ମିଶ୍ର, ଡିଏସପି ଏସ.ପ୍ରଧାନ, ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର, ହୋମଗାର୍ଡ ଆରଆଇ ସୁବଳ ସୋରେନ୍ , ଏ.ରାବଣା ରାଓଙ୍କ ସମେତ ବହୁ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।