ଦୁର୍ବୁତ୍ତ ଆକ୍ରମଣରେ ମହିଳା ଗୁରୁତର
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଅଂଚଳରେ ଚାଞ୍ଚଲ୍ୟ । ଦୁର୍ବୁତ୍ତ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହାତ ହୋଇଛନ୍ତି । ଆହାତ ଜଣକ ପରିଚୟ ମୋହନା ଅଂଚଳର କେଦାର ପାତ୍ରଙ୍କ ପତ୍ନୀ ପଦ୍ମା ପାତ୍ର ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ପଦ୍ମା ପାତ୍ର ଏକ ଘରୋଇ ପବ୍ଲିକ ସ୍କୁଲରେ କାମ କରୁଥିବା ସମୟରେ ସୋମବାର ଅପରାହ୍ନରେ ମୁଖାପିନ୍ଧା କିଛି ଦୁବୁର୍ତ୍ତ ମହିଳା ଜଣଙ୍କୁ ଡରାଇବା ସହ ଗଡରେଜ ଚାବି ମାଗିଥିଲେ । କିନ୍ତୁ ପଦ୍ମା ବାରଣ କରିବା ସହ ଚାବି ଦେବି ନାହିଁ ବୋଲି ରୋକଠୋକ କରିଥିଲେ । ଏହା ପରେ ଦୁର୍ବୁୁତ୍ତ ଜଣକ ମହିଳା ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଚାବି ମାଗିଥିଲେ କିନ୍ତୁ ପଦ୍ମା ପାଟି କରିଥିବାରୁ ସେଠାକାର ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲେ । ଏହା ପରେ ଦୁର୍ବୁତ୍ତ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ମହିଳା ଜଣକୁ ୍ପ୍ରଥମେ ମୋହନା ମେଡିକାଲରେ ଭର୍ତ୍ତିକରିଥିଲେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦ୍ନ୍ତ ଆରମ୍ଭ କରିଛି ।


