ଦୁଲୁକିଲା କର୍ଲାଖମାର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳଣା
ବୋଡେ଼ନ, (ଡୋଳେଶ୍ୱର ବାଗ):ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ କର୍ଲାଖମାର ୨୦୨୪/୨୫ର ଶିକ୍ଷାବର୍ଷ ପାଇଁ “ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳଣା” ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବୈଦ୍ୟନାଥ ବିଶି ସଭାପତିତ୍ୱ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବରେ ସି ଆର ସି ସି ପତିଆଳପଡା କ୍ଲଷ୍ଟର ଶ୍ରୀଯୁକ୍ତ ଦେବାନନ୍ଦ ବାଗ, ମୁଖ୍ୟବକ୍ତା ଭାବରେ ସି ଆର ସି ସି ନୀଳଜି କ୍ଲଷ୍ଟର ଶ୍ରୀଯୁକ୍ତ ରାକେଶ କୁମାର ମିଶ୍ର ,ସମ୍ମାନିତ ଅତିଥିଭାବରେ ସି ଆର ସି ସି ଘାଟମାଲ ଶ୍ରୀଯୁକ୍ତ ଶେଖର ବାଗ, ସିନାପାଲି ବ୍ଲକ ସାମ୍ବାଦିକ ପ୍ରତିନିଧି ଶ୍ରୀଯୁକ୍ତ ଚିନ୍ତାମଣି ନେତାମ,ପୂର୍ବତନ ନାଏବ ସରପଞ୍ଚ ଶ୍ରୀଯୁକ୍ତ ଲଛମନ ବଞ୍ଜରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ଭୋଇ ମଞ୍ଚାସିନ ଥିଲେ l ପ୍ରାରମ୍ଭରେ ସହ ଶିକ୍ଷୟିତ୍ରୀ ଶ୍ରୀମତୀ ଝରଣା ସାଗର ଦୁରିଆ ସମସ୍ତଙ୍କୁ ସ୍ୱାଗତ କରିବାସହ ପରିଚୟ ପ୍ରଦାନ କରିଥିଲେ l ଛାତ୍ରଛାତ୍ରୀ ଓ ସହକାରୀ ଶିକ୍ଷୟିତ୍ରୀଗଣ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଓ ଓପଢୌକନ ଦେଇ ସମ୍ମର୍ଦ୍ଧିତ କରିଥିଲେ l ପରେ ଅତିଥିଗଣଙ୍କ ଦ୍ୱାରା ଦେବ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା l ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସୁ ଲଳିତ କଣ୍ଠରେ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l ଅତିଥିଗଣ ଉଭୟ “ବାର୍ଷିକ ଉତ୍ସବ ଓ ମୋ ସଂସ୍କୃତି ମୋ ଖେଳଣା”ଉତ୍ସବ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ସହପାଠ୍ୟ ତଥା ଅନ୍ତର୍ନିହିତ କଳା ସାହିତ୍ୟ ପରିପ୍ରକାଶ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶର ମୂଲ୍ୟାଙ୍କନରେ ସହାୟକ ହେବା ସହିତ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରତିଯୋଗିତା ମନୋଭାବ ବୃଦ୍ଧି କରିବ ବୋଲି ମତ ପ୍ରକାଶ କରିଥିଲେ l ଉତ୍ସବରେ ବିଦ୍ୟାଳୟର ଅଭିଭାବକ /ଅଭିଭାବିକା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ l
ସହ ଶିକ୍ଷୟିତ୍ରୀ ଶ୍ରୀମତୀ ଝରଣା ସାଗର ଦୁରିଆ ବାର୍ଷିକ ବିବରଣୀ ପଠନ ଓ ମଞ୍ଚ ପରିଚାଳନା କରିଥିଲେ, l
ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ନୃତ୍ୟ ପରିବେଷଣ କରି ମଞ୍ଚକୁ ଦୁଲୁକେଇ ଦେଇଥିଲେ l ପରେ ପୁରସ୍କାର ବିତରଣ ଉତ୍ସବରେ କୃତି ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ସ୍କୁଲ ପରିଚାଳନା କମିଟିର ପ୍ରମୁଖ ସଦସ୍ୟ ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଳନାର ସହ ଶିକ୍ଷୟିତ୍ରୀ ଶ୍ରୀମତୀ ବେଳମତୀ ଧରୁଆ ସହଯୋଗ କରିଥିଲେ l ଶେଷରେ ଶିକ୍ଷକ ଲୋକେଶ୍ୱର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l