ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ଦୁଷ୍କର୍ମ ମାମଲାର ବିଚାର କରି କାଞ୍ଜିପାଣି ଥାନା ଅନ୍ତର୍ଗତ ଜନ୍ତାରୀ ଗ୍ରାମ ତଳବାରୁଡା ସାହିର ଅଭିଯୁକ୍ତ ଦିଲ୍ଲୀପ କୁମାର ମହାକୁଡ(୨୧) କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଆସାମୀ ବିଜୟ କୁମାର ମହାକୁଡ ଜଣେ ୧୬ ବର୍ଷିୟା ଆଦିବାସୀ ନାବାଳିକାକୁ ୨୦୧୫ ମସିହାରେ ବାରମ୍ବାର ଦୁଷ୍କର୍ମ କରି ୯ ମାସର ଗର୍ଭବତୀ କରିଥିଲା । ନାବାଳିକାର ପରିବାର ଲୋକ ଏହା ଜାଣିବା ପରେ ତା ୨୫ା୪ା୨୦୧୫ ରିଖ ଦିନ ପୀଡିତାର ପରିବାର ଲୋକ ପୀଡିତାକୁ ଆସାମୀ ଘରେ ଛାଡିବାକୁ ଯାଇଥିଲେ । ସେଠାରେ ଆସାମୀ ର କକା ଗୋବିନ୍ଦ ମହାକୁଡ ପୀଡିତାକୁ ମାରପିଟ କରି ଓ ଧମକ ଦେଇ ବାହାର କରି ଦେଇଥିଲେ । ଏଥିନିମନ୍ତେ ପୀଡିତା କାଞ୍ଜିପାଣି ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ତା ୨୮ା୪ା୨୦୧୫ ରିଖରେ କାଞ୍ଜିପାଣି ଥାନା କେଶ ନଂ ୧୩/୧୫ ରେ ମକଦ୍ଦମା ରୁଜୁ କରି ଦଫା ୩୨୩/୫୦୬ ରେ ଆସାମୀ ଗୋବିନ୍ଦ ଓ ୩୨୩/୫୦୬/୩୭୬(୨)(i) ଏବଂ ୬ ପକ୍ସୋ ଓ ଏସ୍ସି ଆଣ୍ଡ ଏସ୍ଟି ପିଏ ଆକ୍ଟ ଦଫା ୩(୨) (v) ରେ ଆସାମୀକୁ ୨୯ା୪ା୨୦୧୫ ରେ କୋର୍ଟ ଚାଲାଣ କରିଥିଲେ । ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ୧୬ଜଣ ସାକ୍ଷ୍ୟ ବୟାନକୁ ଭିତ୍ତି କରି ଆସାମୀ ଗୋବିନ୍ଦକୁ ନିଦେ୍ର୍ଦାଷରେ ଖଲାସ କରିବା ସହ ମୁଖ୍ୟ ଆସାମୀ ଦିଲ୍ଲୀପ ମହାକୁଡକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ଏକବର୍ଷ ଅଧିକ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପୀଡିତାକୁ ୮ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ସୁପାରିଶ କରିଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା କେଶ ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ