ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶୀ

ଅନୁଗୁଳ , ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ରାୟ ଶୁଣାଇଛନ୍ତି । ଦୁଷ୍କର୍ମ କରି ହତ୍ୟା କରିବା ଘଟଣାରେ କୋର୍ଟ ଦୋଷୀ ମାନଙ୍କୁ ଫାଶୀ ଦଣ୍ଡା ଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ମାନେ ହେଲେ ଅନାମ୍ ଦେହୁରୁ ଓରଫ ଶ୍ରୀନିବାସ ଦେହୁରୁ (୨୩) ବୋଲି ଜଣାପଡିଛି । ରାଜ୍ୟରେ ପୋକସୋ ଆଇନ ବଳରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ଙ୍କୁ ଫାଶୀ ଦଣ୍ଡ ଦେବା ଏହା ପ୍ରଥମ ଘଟଣା । ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୨୦ ତାରିଖ ଅପରାହ୍ନ ପ୍ରାୟ ୩ଟାରେ ପାଇପ ମିସ୍ତ୍ରି ଭାବେ କାମ କରୁଥିବା କାଙ୍ଗୁଲା ନିବାସୀ ଅନାମ ଗାଁର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିବା ପରେ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଥିଲା ଏହା ପରେ ଅ ଭିଯୁକ୍ତ ଟ୍ରକ ଯୋଗେ କଲିକତା ଫେରାର ହୋଇଯାଇଥିଲା । ଏହି ଘଟଣା ପରେ ଅଂଚଳରେ ରାଜନୈତିକ ଓ ଅଣରାଜନୈତିକ ସଂଗଠନ ତରଫରୁ ବିଦ୍ରୋହ କରାଯାଇଥିଲା । ପୋଲିସ ତରଫରୁ ତଦନ୍ତ ଜାରୀ ରହିଥିଲା ।ଅନୁଗୁଳ ପୋଲିସର ସ୍ୱତନ୍ତ୍ର ପୋଲିସ ଟିମ୍ କଲିକତାରେ ପହଞ୍ଚି ନ୍ୟୁ ମାର୍କେଟ ଅଂଚଳରୁ ଗିରଫ କରିବାରେ ସଫଳ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ