ଦୂର୍ଘଟଣାରେ ଆହାତ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ବିଭିନ୍ନ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କୁ ମନେ ପକାଇବା ସହ ସେମାନଙ୍କ ଆତ୍ମାର ସତ୍ଗତ ନିମନ୍ତେ ପ୍ରତିବର୍ଷ ନଭେମ୍ବର ମାସ ତୃତୀୟ ରବିବାର ଦିନ ବିଶ୍ୱ ସ୍ମରଣୀୟ ଦିବସ ଭାବେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଜି ଗଂଜାମ ଜିଲ୍ଲାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କୁ ସ୍ମରଣ କରାଯାଇ ସେମାନଙ୍କ ପରିବାର ବର୍ଗର୍ଙ୍କୁ ଜିଲ୍ଲାପ୍ରଶାସନ ତରଫରୁ ଆର୍ଥିକ ସହାୟତା ସହ ସମବେଦନା ଜଣାଯାଇଛି । ଏଥିସହ ସଡକ ଦୁର୍ଘଟଣା ଘଟିଥିବା ସମୟରେ ଆହାତ ମାନଙ୍କୁ ଉଦ୍ଧାର ଏବଂ ହସ୍ପିଟାଲକୁ ପହଞ୍ଚାଇବା ରେ ସହଯୋଗ କରିଥିବା ଭଦ୍ରବ୍ୟକ୍ତି ମାନଙ୍କୁ ପ୍ରଶାସନ ତରଫରୁ ପ୍ରଶଂସା ମାନପତ୍ର ସହ ୨ହଜାର ଲେଖାଁଏ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିମନ୍ତେ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ସଡକ ଦୁର୍ଘଟଣାରେ ପ୍ରତ୍ୟେକ ପରିବାର ଜଣେ ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇଥାନ୍ତି । ପରିବାରର ଜଣେ ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇବା ପରେ ପରବର୍ତ୍ତୀ ସମୟରେ ପରିବାର ପ୍ରତି ଯେଉଁ ଦୁର୍ଦ୍ଦଶା ଭୋଗିବାକୁ ପଡିଥାଏ ତାହା କହିଲେ ନସରେ । ବିଶେଷ କରି ୧୮ ରୁ ୬୦ବର୍ଷ ବୟସ ମଧ୍ୟରେ ବ୍ୟକ୍ତି ମାନଙ୍କ ହିଁ ଦୁର୍ଘଟଣାରେ ପ୍ରାଣହାନୀ ଘଟିଥାଏ । କାହିଁକି ନା ସେମାନେ ହିଁ ପରିବାର ରୋଜଗାରିଆ ସକ୍ଷମ ଥାଆନ୍ତି । ଯାହାଫଳରେ ସେମାନେ ଯାନବାହାନ ଧରି ରାସ୍ତାକୁ ଆସିଥାନ୍ତି । ବେପୁରିଆ ଗାଡି ଚାଳନା ଠାରୁ ଦୂରେଇ ରୁହନ୍ତୁ । ଯାନାବାହନ ଚାଳେଇବା ବେଳେ ହେଟମେଟ୍ ପରିଧାନ କରିବା ସହ ଟ୍ରାଫିକ ନୀୟମ ମାନି ଗାଡି ଚାଳନା କରନ୍ତୁ । ଆପଣଙ୍କୁ ଆପଣଙ୍କ ପରିବାର ସଦସ୍ୟ ମାନେ ଅପେକ୍ଷା କରିଛନ୍ତି ତାହ କିପରୀ ନଭୂଲନ୍ତୁ ବୋଲି ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ପରାମର୍ଶ ଦେଇଥିଲେ । ଏଣୁ ସଚେତନା ହେବାର ଦିନ ଆସିଛି । ଆଜି ଉପସ୍ଥିତ ଥିବା ଯେତେ ସବୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗ ଅଙ୍ଗେ ଲିଭାଇଥିବା ଦୁଃଖର କାହାଣୀକୁ ଅନ୍ୟମାନଙ୍କୁ ସଚେତନତା କରାନ୍ତୁ ଯେପରି ଏଭଳି ଦୁର୍ଘଟଣା ହ୍ରାସ ହେବାର ଗୋଟିଏ ମାଧ୍ୟମ ରହିବ । ସେହିପରି ଯଦି ଆପଣଙ୍କ ଦୃଷ୍ଟି ମଧ୍ୟରେ କୈାଣସି ଦୃର୍ଘଟଣା ଘଟିଥାଏ ତେବେ ଆହାତ ମାନଙ୍କୁ ଉଦ୍ଧାର ଓ ସାହାର୍ଯ୍ୟ କରିବାରେ ପଛାନ୍ତୁ ନାହିଁ । ସଭ୍ୟ ନାଗରିକ ମାନେ ଏଭଳି କର୍ତ୍ତବ୍ୟ ପାଇଁ ନିଜକୁ ଜାଗୃତ ହେବା ଦରକାର ବୋଲି ଜିଲ୍ଲାପାଳ କହିଛନ୍ତି । ସଡକ ଦୁର୍ଘଟଣାରେ ଜିଲ୍ଲାରେ ହ୍ରାସ କରିବା ପାଇଁ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ବହୁ ଉଦ୍ୟମ କରୁଛି । ବିଭିନ୍ନ ପ୍ରକାର ଜନସଚେତନତା କରାଯାଉଛି । ଚଳିତ ବର୍ଷ ଆଗ ଅପେକ୍ଷା ଦୁର୍ଘଟଣା ହାର କମିଛି । ବ୍ରହ୍ମପୁର ଟ୍ରାଫିକ ଡିଏସପି ଯୋଗଦେଇ ଗାଡି ଚାଳନା ବେଳେ ଚାଳକମାନେ ଟ୍ରାଫିକ ନୀୟମ ଏବଂ ହେଲମେଟ୍ ପରିଧାନ କରିବା ସହ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।ଏହି ଅବସରରେ ଦୁର୍ଘଟଣାରେ ନିୟୋଜିତ କରି ଆହାତ ମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ସହ ହସ୍ପିଟାଲରେ ପହଞ୍ଚାଇବା ଏବଂ ସୁସ୍ଥ କରିଥିବାରେ ଛତ୍ରପୁର ଏନଏସିର କେ.କେଦାର ଶଙ୍କର ରାଜୁ , ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁର ଶ୍ରୀଧର ନାହାକ, ଖଲିକୋଟ ବ୍ଲକର କଇରାସି ଗ୍ରାମର ଅଂଜନ ତ୍ରିପାଠୀ, ଗଂଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶ୍ୱ ଭୂଷଣ ଦଳାଇ, ଭଂଜନଗର ବ୍ଲକ ବାଉଁଶଲୁଣ୍ଡି ଅଂଚଳର ରାଜେଶ୍ୱରୀ ଗୈାଡ ଏବଂ ତାରସିଂ ଥାନା ଅଂଚଳର ନାରାୟଣ ନାୟକ ଙ୍କୁ ଜିଲ୍ଲାପାଳ ପ୍ରଶଂସା ପତ୍ର ସହ ୨ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଜିଲ୍ଲାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଏବଂ ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗ ଜିଲ୍ଲାପାଳ ସମବେଦନା ଜଣାଇବା ସହ କିଛି ଆର୍ଥିକ ସହୟତା ରାଶି ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଗଂଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳ ପରିଚାଳନା କରିବା ସହ ଟ୍ରାଫିକ ନୀୟମ ଏବଂ ଦୁର୍ଘଟଣା କିପରୀ ରୋକାଯାଇପାରିବ ସେଥି ନିମନ୍ତେ ଆଲୋପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଂଜାମ ଏମଭିଆଇ ସମୀର କୁମାର ଦଳାଇ ସମେତ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ଅନୁଷ୍ଠାନ ସ୍ୱେଚ୍ଛାସେବୀ ମାନେ ପରିଚାଳନାରେ ସହ ଯୋଗ କରିଥିଲେ ।


