ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଣ୍ଟନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୫ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଣ୍ଟନ କରାଯାଇଛି । ସରକାରଙ୍କ ନିୟମାନୁଯାୟୀ +୩ ରୁ ଅଧିକ ଶିକ୍ଷା ଗ୍ରହଣ କରୁଥିବା ସମ୍ପୁର୍ଣ୍ଣ ଦୃଷ୍ଟିବାଧିତ ବା କ୍ଷଣଶକ୍ତି ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନେ ବିଭାଗର ଅନଲାଇନ ପୋର୍ଟାଲରେ ଆବଶ୍ୟକୀୟ କାଗଜାତ ସହ ସମୃକ୍ତ ଶିକ୍ଷାନୁଷ୍ଠାନ ଠାରୁ ଏହକୁ ପ୍ରମାଣିତ କରାଇ ଆବେଦନ କରିଥାନ୍ତି । ଜିଲ୍ଲା ସାମାଜକ ସୁରକ୍ଷା ଅଧିକାରୀ ସେହି ଦରଖାସ୍ତର ତଦନ୍ତ କରି ଜିଲ୍ଲାପାଳଙ୍କ ସ୍ୱାକ୍ଷରରେ ବିଭାଗକୁୁ ମାଗଣା ଲାପଟପ ଯୋଗାଇଦେବା ନିମନ୍ତେ ସୁପାରିଶ କରିଥାନ୍ତି । ବିଭାଗ ପକ୍ଷରୁ ଲାପଟପ କିଣାଯାଇ ସମ୍ପୃକ୍ତ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଇଥାଏ । ଆଜି କେନ୍ଦ୍ରାପଡା ପୈାରସଂସ୍ଥା ଟାଉନ ହଲରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେଉଥିବା ଅବସରରେ ଜିଲ୍ଲାପାଳ ଅମ୍ରିତ ଋତୁ ରାଜ, ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ତହସିଲଦାର ଅଞ୍ଜଳି ତରାଇ ପ୍ରମୁଖ ୫ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ସତ୍ୟପ୍ରକାଶ ସ୍ୱାଇ ଁ, ପ୍ରଶାନ୍ତ କୁମାର ସେଠୀ, ଅମରେଶ ନାୟକ, ଆରତୀ ବଳ ଓ ଚିରଞ୍ଜିବୀ ସୁତାରଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ +୩ ରୁ ଅଧିକ ଶିକ୍ଷା ଗ୍ରହଣ କରୁଥିବାରୁ ମାଗଣା ଲାପଟପ ହସ୍ତାନ୍ତର କରିଥିଲେ । ଏହା ସମସ୍ତଙ୍କ ପାଇ ଁ ଏକ ପ୍ରେରଣାତ୍ମକ କାମ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପରିଚାଳନା କରିଥିଲେ ।