ଦୃଷ୍ଟିବାଧିତ ଭିନ୍ନକ୍ଷମ ଆଦିତ୍ୟଙ୍କ ଅଭିଯୋଗ ଉପରେ ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁୁ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ଶତ ପ୍ରତିଶତ ଦୃଷ୍ଟି ବାଧିତ ଭିନ୍ନକ୍ଷମ ଆଦିତ୍ୟଙ୍କ ଅଭିଯୋଗ ଉପରେ ଟାଉନ ଥାନା ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏବଂ ତାଙ୍କ ବିରୋଧରେ ଏକ ୧୦୭କେଶ ଦାୟର କରିବା ନେଇ ପୋଲିସର ଉଦାସୀନତା ବିରୋଧରେ ଭିନ୍ନକ୍ଷମ ଆଦିତ୍ୟ ଏବଂ ତାଙ୍କ ପତ୍ନୀ ସୁକାନ୍ତି ଗୁରୁବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଟାଉନ ଥାନା ଅନ୍ତର୍ଗତ ଭ୍ରମରଦିଆପାଟଣା ଗ୍ରାମର ଚେମା ମଲିିକଙ୍କ ଦୃଷ୍ଟିବାଧିତ ଭିନ୍ନକ୍ଷମ ପୁଅ ଆଦିତ୍ୟ କୁମାର ମଲିକ ଏବଂ ତାଙ୍କ ପତ୍ନୀ ସୁକାନ୍ତି ମଲିକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାଇ ପ୍ରଦୀପ୍ତ ମଲିକ ଏବଂ ଭାଇଙ୍କ ପତ୍ନୀ ସବିତା ମଲିକ ତାଙ୍କୁ ଏବଂ ତାଙ୍କ ପତ୍ନୀ ସୁକାନ୍ତିଙ୍କୁ ମାରଧର କରିବା ସହ ବିଭିନ୍ନ ସମୟରେ ନାନା ପ୍ରକାର ହଇରାଣ ହରକତ କରିଆସୁଥିବା ସମ୍ପର୍କରେ ସେମାନେ ବାରମ୍ବର ଟାଉନ ଥାନାରେ ଅଭିଯୋଗ କରିଥିଲେବି ଅଦ୍ୟାବଧି ପୋଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ପରନ୍ତୁ ଟାଉନ ଥାନା ପୋଲିସ ଆଦିତ୍ୟ ଏବଂ ତାଙ୍କ ପତ୍ନୀ ସୁକାନ୍ତିଙ୍କ ନାମରେ ଏକ ୧୦୭ମାମଲା ଉପଖଣ୍ଡ ମ୍ୟାଜିଷ୍ଟ୍ରେଟଙ୍କ କୋର୍ଟରେ କରି ତାଙ୍କ ଭଳି ଜଣେ ଶତପ୍ରତିଶତ ଦୃଷ୍ଟିବାଧିତ ଭିନ୍ନକ୍ଷମଙ୍କୁ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେବାକୁ ବାଧ୍ୟ କରିଛି । ଏଣୁ ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବାକୁ ଆଦିତ୍ୟ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ