‘ଦେଖା ହେଲା ପ୍ରେମ ହେଲା’ର ମୁ୍ୟଜିକ ରିଲିଜ୍
ଭୁବନେଶ୍ୱର,(ଯୁଗାବ୍ଦ ନୁ୍ୟଜ୍) : ଆର.ଆର. ଇଭେଣ୍ଟସ୍ ନିବେଦିତ ଏବଂ ରମେଶ ବାରିକ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଦେଖା ହେଲା ପ୍ରେମ ହେଲା’ର ଅଡ଼ିଓ ରିଲିଜ୍ ଅନୁÂିତ ହୋଇଯାଇଛି । ଭୁବନେଶ୍ୱରର ଏକ ତାରକା ହୋଟେଲରେ ଅନୁÂିତ ଏହି ସଙ୍ଗୀତ ଲୋକାର୍ପଣ ସନ୍ଧ୍ୟାରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଇଣ୍ଡିଆନ ଅଏଲ୍ର ପି.ସି. ଚୁବେ, ଆଥଲେଟ୍ ଦୂତି •ନ୍ଦ, ଓଡ଼ିଶା ଖଣି ନିଗମର ଯୁଗ୍ମ ନିଦେ୍ର୍ଧଶକ ୟୁ.ସି. ଜେନା, ବଲିଉଡ଼ ଷ୍ଟାର ଭିସାଲ କୋଟିଆନ, ଇଣ୍ଡିଆ ଜିଏସ୍ଟି ଆଣ୍ଡ କଷ୍ଟମସ୍ର ପୂର୍ବତନ ସଦସ୍ୟ ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଚଳଚ୍ଚିତ୍ର ମୁଖ୍ୟ କଳାକାର ଅଭିଶେକ, ମଣ୍ଟୁ ଓ ରାଗିଣୀଙ୍କ ସହ ଅନ୍ୟ ପ୍ରମୁଖ କଳାକାରାମାନେ ଯୋଗ ଦେଇଥିଲେ । ଏମାନଙ୍କ ବ୍ୟତୀତ ସଙ୍ଗୀତ ନିଦେ୍ର୍ଧଶକ ଏସ୍. ଚନ୍ଦ୍ରକାନ୍ତ ଏବଂ ନିଦେ୍ର୍ଧଶକ ଟି. ଗଣେଶଙ୍କ ସମେତ ହୁ୍ୟମାନ ସାଗର, ସ୍ୱୟଂପ୍ରଭାସ ପାଢୀ,ସତ୍ୟଜିତ, ବିଷ୍ଣୁମୋହନ କବି, ଦୀପ୍ତିରେଖା ପାଢୀ ଏବଂ ଜ୍ୟୋତିର୍ମୟୀ ପ୍ରମୁଖ କଣ୍ଠଶିଳ୍ପୀମାନେ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଆଗାମୀ ଚଳଚ୍ଚିତ୍ରର ଘୋଷଣା କରାଯାଇଥିଲା । ଏହାର ଟାଇଟଲ ରହିଛି ‘ବ୍ରେକ୍୍ରଅପ୍ ଲଭ୍’ । ଏହି ଚିତ୍ରଟି ପିନୁ ନାୟକଙ୍କ ନିଦେ୍ର୍ଧଶନାରେ ନିର୍ମାଣ ହେବାକୁ ଯାଉଛି । ଏଥିରେ ମୁଖ୍ୟ ଭୂମିକାରେ ସିଦ୍ଧାନ୍ତ, ଦୀପକ ଓ ଦେବଯାନୀ ପ୍ରମୁଖ କଳାକାରଙ୍କୁ ମନୋନୀତ କରାଯାଇଛି । ଏହି ମଞ୍ଚରେ ‘ଓଡ଼ିଶା କୁଇନ୍’ କାର୍ଯ୍ୟକ୍ରମର ଘୋଷଣା ମଧ୍ୟ କରାଯାଇଥିଲା ଯାହା ଚଳିତମାସ ୨୨ ତାରିଖ କିଟ୍ କ୍ୟାମ୍ପସ, ଭୁବନେଶ୍ୱରରେ ଆୟୋଜିତ ହେବ । ନଭେମ୍ବର୧୦ ତାରିଖରେ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମର ଗ୍ରାଣ୍ଡ ଫିନାଲେ ଉକ୍ରଳ ମଣ୍ଡପରେ ଅନୁÂିତ ହେବ, ଯେଉଁ କାର୍ଯ୍ୟକ୍ରମରେ ବଲିଉଡ଼୍ ଅଭିନେତ୍ରୀ ଜରିନ୍ ଖାନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଆଜିର ସଙ୍ଗୀତ ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଯୋଜକ ରମେଶ ବାରିକ, ଓଲିଉଡ଼ କି୍ରଟିଭ ମୁଖ୍ୟ ପ୍ରଣବ ଜେଠୀ, ଓଡ଼ିଶା କୁଇନ୍ର ନିଦେ୍ର୍ଧଶକ ଶାନ୍ତନୁ କୁମାର ସିଆ, ନିଦେ୍ର୍ଧଶକ ଟି. ଗଣେଶ, ଫ୍ୟାଶନ କେରିଓଗ୍ରାଫର ଜନ୍ ପ୍ରମୁଖ ପରି•ଳନା କରିଥିଲେ ।