ଦେଢ ବର୍ଷର ଶିଶୁକନ୍ୟା ମୃତ : କାରଣ ଅସ୍ପଷ୍ଟ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ସୁଲାଇପାଟ ଫାଣ୍ଡି ଅଧିନସ୍ଥ ମୟୂରର ପଞ୍ଚାୟତର କାରାନବୁଟୁ ସାହିର ମାନସିଂ ଟୁଡୁଙ୍କ ଏକବର୍ଷର ଆଠମାସର ଶିଶୁକନ୍ୟା ପାନସୋରି ଟୁଡୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପିଲାଟି ଶନିବାର ସଂଧ୍ୟାରେ ଖୁସିରେ ଖେଳାଖେଳି କରି ରାତିରେ ଖାଇପିଇ ଶୋଇଥିଲା । ହଠାତ୍ ରାତି ୧୧ଟା ପାଖାପାଖି ସମୟରେ କୁନି ଝିଅର ଦେହ ହାତ ଥରିଥିଲା । ଅସୁସ୍ଥ ବସ୍ତାରେ ତାକୁ ରାତିରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା ସେଠାରେ ଡାକ୍ତର ମୃତ ମୃତ ଘୋଷଣା କରିଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।


