ଦେବଦମ୍ପତିଙ୍କ ବିବାହୋତ୍ସବ
ଚାରିଛକ (ଜୁଗାବ୍ଦ ନ୍ୟୁଜ୍): ଶୀତଳ ଷଷ୍ଠୀ ଉପଲକ୍ଷେ ନିମାପଡ଼ା ଅଣ୍ଢିଆ ଶାସନ ଗ୍ରାମର ଶିବ ମନ୍ଦିରରେ ଶିବ ବାବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ତରଫରୁ ଆୟୋଜିତ ଏହି ବିବାହ ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗ ଦେଇ ଶୀତଳ ଷଷ୍ଠୀ ପୂଜାର ପରମ୍ପରାକୁ ଏହିଗ୍ରାମରେ ଦୀର୍ଘଦିନ ଧରି ପାଳନ କରାଯାଉଥିବାରୁ ଗ୍ରାମବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଉତ୍ସବରେ ପରିଚ୍ଛା ଶ୍ରୀକାନ୍ତ ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ଅନୁପ କୁମାର ମିଶ୍ର, ଜୀବନାନନ୍ଦ ମହାପାତ୍ର ଓ ମନୋରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇ ପରମ୍ପରାକୁ ବଜାୟ ରଖିବା ଲାଗି ସମସ୍ତଙ୍କୁ ଆହ୍ୱାନ କରିଥିଲେ ।