ଦେବଦାସୀ ଅନୁଷ୍ଠାନର ୧୯ତମ ବାର୍ଷିକ ନୃତ୍ୟ ଉତ୍ସବର ଉଦଯାପନୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର,ଦେବଦାସୀ ଅନୁଷ୍ଠାନର ଆନୁକୂଲ୍ୟରେ ୧୯ତମ ବାର୍ଷିକ ନୃତ୍ୟ ଉତ୍ସବ ଉତ୍କଳ ରଙ୍ଗମଞ୍ଚ (ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ରିସର୍ଚ ସେଣ୍ଟର), ଭୁବନେଶ୍ବରରେ ତା୨.୯.୨୦୨୪ ଓ ୩.୯.୨୦୨୪ ରିଖ ଦିନ ସଧା ଘ ୬.୩୦ ମିନିଟ ସମୟରେ ସଭାପତି ଶ୍ରୀଯୁକ୍ତ ଦେବୁ ବ୍ରହ୍ମା ଓ ସମ୍ପାଦକ ଶ୍ରୀମତୀ ରୋଜାଲିନ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହେଉଅଛି । ସଂଯୋଜନା କରିଥିଲେ ଶ୍ରୀ ଶ୍ରୀନିବାସ ଘଟୁଆରି । କାର୍ଯ୍ୟକ୍ରମ ରେ ଦେବଦାସୀ ଅନୁଷ୍ଠାନ ତରଫରୁ ମୀରା ଏକ ବୃନ୍ଦନୃତ୍ୟ ପରିବେଷଣ କରାଯିବ, ଦୁଇ ଯୁବ ଓଡିସୀ ନୃତ୍ୟ ଶିଳ୍ପୀ କଲ୍ୟାଣୀ ମହାନ୍ତି ଓ ମମତା ବରିହା ହେତ ଓଡିସୀ ନୃତ୍ୟ ପରିବେଷଣ କରିବେ, ଶ୍ରୀମତୀ ବର୍ଷା ପ୍ରିୟଦର୍ଶିନି ଦାସ ଏକକ ନୃତ୍ୟ ଓ ଶେଷରେ ସମ୍ବଲପୁରୀ ନୃତ୍ୟ ଦେବଦାସୀ ଅନୁଷ୍ଠାନ ତରଫରୁ ପରିବେଷଣ କରାଯିବ ।ଉକ୍ତ ଉତ୍ସବରେ ଶ୍ରୀ ବାବୁ ସିଙ୍ଘ ସନମାନନୀୟ ବିଧାୟକ,ଭୁବନେଶ୍ଵର (ଏକାମ୍ର), ଶ୍ରୀ ଅମର କୁମାର ନାୟକ, ସନମାନନୀୟ ବିଧାୟକ (ବଡଚଣା), ଶ୍ରୀ ପ୍ରବୋଧ ରଥ, ସମ୍ପାଦକ ଓଡିଶା ସଙ୍ଗୀତ ନାଟକ ଆକାଡ଼େମୀ, ସୁନାମଧନ୍ୟ ଗୁରୁଶ୍ରୀ ଗଜେନ୍ଦ୍ର ପଣ୍ଡା ଓଡିଶୀ ନୃତ୍ୟ ପ୍ରଦର୍ଶକ ଓ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ପୂର୍ବତନ ବିଧାୟକ, ଭୁବନେଶ୍ବର ଅତିଥ୍ଭାବେ ଯୋଗଦାନ କରିବେ । ଆଜିର କାର୍ଯ୍ୟକ୍ରମ ରେ ଦେବଦାସୀ ଅନୁଷ୍ଠାନ ତରଫରୁ ନୃତ୍ୟଞ୍ଜଳି ସନମାନ-୨୪ ଗୁରୁ ଶ୍ରୀ ଧନେଶ୍ଵର ସ୍ବାଇଁ, ପ୍ରତିଷ୍ଠିତ ମର୍ଦଳ ବାଦକ (ଜାତୀୟ ସଙ୍ଗୀତ ନାଟକ ଆକାଡ଼େମୀ ପୁରସ୍କୃତ) ପ୍ରଥମ ଶ୍ରୀ ଧ୍ରୁବ ଚରଣ ମହାପାତ୍ର ସନମାନ-୨୪ ଶ୍ରୀ ଦେବା କୁମାର ବ୍ରହ୍ମା ,ସୁନାମ ଧନ୍ୟ ନାଟକ ଓ ଚଳଚିତ୍ର କଳାକାର ଙ୍କୁ ୨୦୨୪ ପାଇଁ ଦିଆଯାଉଛି ।