ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଦଧୀବାମନ ଭଂଜନ ସଂଧ୍ୟା ତରଫରୁ ଭଜନ ଓ ସଂଗୀତ ପରିବେଷଣ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ରାଇରଙ୍ଗପୁରସ୍ଥ ଜଗନ୍ନାଥ ମନ୍ଦିରରେ ତମ ମଙ୍ଗଳବାର ଦିନ ମଧ୍ୟାହ୍ନରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ନୀତି କାନ୍ତ ସଂପନ୍ନ ପରେ ମହାପ୍ରଭୁଙ୍କ ମନୋଲୋଭା ଗଜଵେଶ ସଂପନ୍ନ ହୋଇଥିଲା । ଗଜବେଶ ଦେଖିବାକୁ ରାଇରଙ୍ଗପୁର ଆଖପାଖ ସମେତ ବିଭିନ୍ନ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସିଥିଲେ । ରାତି ୯.୩୦ ପର୍ଯ୍ୟନ୍ତ ମହାପ୍ରଭୁ ଗଜବେଶରେ ଦର୍ଶନ ଦେଇଥିଲେ । ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ପ୍ରାଙ୍ଗଣରେ ରଥ କମିଟି ତରଫରୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଭୂବନେଶ୍ୱରର ଖ୍ୟାତନାମା ସାଂସ୍କୃତିକ ସଂଗଠନ ‘ଦଧିବାମନ ଜୀଉ ଭଂଜନ ସଂନ୍ଧ୍ୟା ‘ଆନୁକୂଲ୍ୟ ରେ ଜଗନ୍ନାଥ ଓ ସାଥୀ କଳାକାର ଙ୍କ ଦ୍ଵାରା ଭଜନ, ଜଣାଣ ପରିବେଷଣ କରାଯାଇଥିଲା ।ଏହି ଭଜନ ସମାରୋହରେ ଓଡ଼ିଶାର ସୁପ୍ରସିଦ୍ଧ ଭଜନ ସମ୍ରାଟ ଭିକାରୀ ବଳଙ୍କ ପଟ୍ଟଶିଷ୍ୟ ବିବେକ ରାଉତ, ସୁଦୀପ୍ତା ଦାସ, ମନ୍ତ୍ରୀ ରଥ, ମନୋରଂଜନ ପ୍ରମୁଖ ଭଜନ ଓ ଜଣାଣ ରେ ଶ୍ରଦ୍ଧାଳୁଙ୍କ ମନ କିଣି ନେଇଥିଲେ ।ସେହିଭଳି ବାଦ୍ୟ ଯନ୍ତ୍ରରେ ଜଗନ୍ନାଥ ଦାସ, ବୁଲୁ ମହାରଣା, ରମେଶ ସ୍ୱାଇଁ, ନୀଳାଦ୍ରି ମହାନ୍ତି ପ୍ରମୁଖ ସଙ୍ଗୀତ ଓ ବାଦ୍ୟ ଦେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଶିକ୍କ ରଂଜନ କୁମାର ନନ୍ଦ ନିଜର ବାକ୍ୟ ଶୈଳୀରେ ଭଜନ ସଂଧ୍ୟା ର ମଂଚ ପରିଚାଳନା କରିଥିଲେ । ହଜାର ହଜାର ଶ୍ରଦ୍ଧାଳୁ ଭଜନ ସମାରୋହରେ ଯୋଗଦେଇ ନିଜକୁ ଜଗନ୍ନାଥଙ୍କ ପ୍ରେମରେ ଝୁମିବା ସହ ହଜାଇ ଦେଇଥିଲେ ।