ଦେବୀନଦୀରେ ବନ୍ୟାଜଳ ବୃଦ୍ଧିପାଉଛି
ନିମାପଡା, (ସନ୍ତୋଷ ଦାଶ):ମହାନଦୀ ର ମୁଖ୍ୟଶାଖା ଦେବୀନଦୀ ରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି l ଯଦିଓ ଦେବୀନଦୀ ର ସମ୍ବେଦନସ୍ଥଳ ବାଉରିଆକଣ ଠାରେ ବନ୍ୟାଜଳ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ତେବେ ବନ୍ୟାଜଳ ଯେଉଁ ହାର ରେ ବୃଦ୍ଧି ପାଉଛି ଓ ଆସନ୍ତା କାଲି ପୂର୍ଣ୍ଣିମା ତିଥି ରହିଥିବାରୁ ସମୁଦ୍ର କୁ ଠିକ୍ ଭାବେ ବନ୍ୟା ଜଳ ନିଷ୍କାସିତ ହୋଇପାରିବ ନାହିଁ । ଏଣୁ ବନ୍ୟାଜଳ ବୃଦ୍ଧି ପାଇ ବିପଦ ସଂକେତ ଛୁଇଁବା ଆଶଙ୍କା ସୃଷ୍ଟି ହୋଇଛି l ବାଉରିଆକଣ ଠାରେ ବିପଦ ସଂକେତ ସ୍ତର ୪.୯୩ ମିଟର ରହିଥବାବେଳେ ଏବେ ଜଳସ୍ତର ୪.୫୦ ମିଟର ରହିଛି ।କାକଟପୁର ଜଳସେଚନ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ମଲ୍ଲିକ, ସହକାରୀ ଯନ୍ତ୍ରୀ ତପନ କୁମାର ନାୟକ ପ୍ରମୁଖ ବନ୍ଧ ରେ ବୁଲି ପରିସ୍ଥିତି ର ଅନୁଧ୍ୟାନ କରୁଛନ୍ତି l ଜଳସେଚନ ବିଭାଗ ପକ୍ଷରୁ ନଦୀ ବନ୍ଧ ରେ ୨୪ ଘଣ୍ଟିଆ ପ୍ରହରା ବ୍ୟବସ୍ଥା କରାଯାଇଥିବା ବେଳେ ସମ୍ବେଦନଶିଳ ସ୍ଥାନ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ତପନ କୁମାର ନାୟକ ପ୍ରକାଶ କରିଛନ୍ତି l ବିଳମ୍ବରେ ହେଲେ ବି ବନ୍ୟାଜଳ ସୁରୁଖୁରୁରେ ସମୁଦ୍ର କୁ ପ୍ରବାହିତ ହୋଇଯିବ ଓ ଦେବୀନଦୀ ବନ୍ଧ ପ୍ରତି କୌଣସି ବିପଦ ନଥିବା ଶ୍ରୀନାୟକ କହିଛନ୍ତି ।


