ଦେବୀ ନଦୀର ଭୟଙ୍କର ରୂପ
ଜଗତସିଂହପୁର, (ଅନସୂୟା ରାଉତ):ଲଘୁଚାପ ଯୋଗୁଁ ରାଜ୍ୟରେ ବନ୍ୟା ସୃଷ୍ଟି ହୋଇଛି। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ, କୁଜଙ୍ଗ, ବିରିଡି, ନାଉଗାଁ ପ୍ରଭୃତି ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟା ପାଣି ମାଡି ଯିବା ସହିତ ବହୁ ଧନ ସଂପତ୍ତି ନଷ୍ଟ ହୋଇଛି। ବିଶେଷ କରି ଗୃହ ପାଳିତ ପ୍ରାଣୀମାନଙ୍କ ଅବସ୍ଥା ଦେଖି ସମସ୍ତେ ଦୁଃଖିତ। ସେହିପରି ବାଲିକୁଦା ଅଞ୍ଚଳ ଦେଇ ପ୍ରବାହିତ ଦେବୀ ନଦୀ କିଛି ଦିନ ଧରି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆଜି ସକାଳୁ ଦେବୀ ନଦୀର ଶ୍ରୀମନ୍ତ ପୁର ଗ୍ରାମ ନିକଟରେ ଦେବୀ ନଦୀରେ ଏକ ବଡଧରଣର ଘଳିଆ ସୃଷ୍ଟି ହୋଇଛି। ଯାହାକୁ ସ୍ଥାନୀୟ ଲୋକମାନେ ଭୟଭୀତ ସୋଇ ପଡିଛନ୍ତି।ଖବର ପାଇ ବାଲିକୁଦା ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ଅନୀଲ କୁମାର ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ଘଳିଆ ବନ୍ଦ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବା ଖବର ମିଳିଛି। ଶାସକ ଦଳର ନେତାମାନେ ବାଲିକୁଦା ଅଞ୍ଚଳରେ କଡା ପ୍ରହରା ଦେଉଥିବା ଦେଖିବାକୁ ମିଳିଛି। ଦେବୀ ନଦୀର ଟିକି ନିକି ଖବର ପ୍ରଶାସନ ନିକଟରେ ପହଞ୍ଚାଇ ବାଲିକୁଦା ବାସୀଙ୍କୁ ବିପଦ ମୁକ୍ତ କରିବା ପାଇଁ ଚେଷ୍ଟା କରୁଥିବା କଥା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ଦୁଇ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଜଟାଧାରୀ ଦାସ ଆମକୁ ଅବଗତ କରାଇଛନ୍ତି। ବନ୍ୟା ପାଇଁ ବାଲିକୁଦା ବାସୀ ଭୟଭୀତ ନ ହେବା ପାଇଁ ଅନୁରୋଧ କରିଛନ୍ତି।