ଦେବ ଦେବ ମହାଦେବଙ୍କ ବିଭିନ୍ନ ପୀଠରେ ଶିବରାତ୍ରି ବେଶ ଧୂମଧାମରେ ପାଳିତ
ବାରିପଦାର, (ମୁରାରୀ ମୋହନ ମହାପାତ୍ର): ବୁଧବାର ମହା ମହାଶିବରାତ୍ରି. ଏହି ମହା ଶିବରାତ୍ରି ରେ ବାବା ଦେବ ଦେବ ମହାଦେବଙ୍କ ବିଭିନ୍ନ ପୀଠରେ ଶିବରାତ୍ରି ବେଶ ଧୂମଧାମରେ ପାଳିତ ହେଉଛି. ମହା ଶିବରାତ୍ରୀରେ ଭକ୍ତ ମାନେ ସକାଳୁ ପୂଜାର୍ଚ୍ଚନା କରିବା ପରେ ସନ୍ଧ୍ୟା ସମୟରେ ଦୀପ ଜାଳି ରାତ୍ରୀ ଉଜାଗର ରହିଥାନ୍ତି. ତେବେ ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ବାରୁଣେଶ୍ବର, ସିମିଳେଶ୍ବର, ମଣିତ୍ରୀର କଖାରୁଆ ବୈଦ୍ୟନାଥ, ଐତିହାସିକ ପୀଠ ଖିଚିଂ, ବାବା ବୁଢାରାଉଳ ମଠ, ଦେବଶୋଳ ଶୈବପୀଠ ଆଦି ସ୍ଥାନରେ ଶିବରାତ୍ରି ପାଳିତ ହେଉଥିବା ବେଳେ, ବାରିପଦାର 50ରୁ ଉର୍ଦ୍ଧ ଛୋଟବଡ଼ ଶିବ ମନ୍ଦିରରେ ଆଜି ଶିବରାତ୍ରି ପାଳିତ ହେଉଛି. ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡକୁ ନଜରରେ ରଖି ପୋଲିସ ପ୍ରଶାସନ ତରଫରୁ ବିଭିନ୍ନ ପ୍ରମୁଖ ଶୈବପୀଠ ଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖାଯାଇଛି. ବିଶେଷକରି ବାରିପଦାର ପ୍ରସିଦ୍ଧ ଶୈବପୀଠ ବାରୁଣେଶ୍ଵର, ବାବା ବୁଢାରାଉଳ ମଠରେ ଦିନ ତମାମ ଭକ୍ତଙ୍କର ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି. ଲୋକେ ମହାବେବଙ୍କୁ ପୂଜାର୍ଚ୍ଚନା କରିବା ସହିତ ଦୀପଜାଳି ଜାଗର ପାଳିଛନ୍ତି. ଅନେକ ସ୍ଥାନରେ ବିଭିନ୍ନ ବଦାନ୍ୟ ବ୍ୟକ୍ତି ଏବଂ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଉଦେଶ୍ୟରେ ସର୍ବତ, ଲସି, ଥଣ୍ଡା ପାନୀୟ ଜଳ ଆଦି ପ୍ରଦାନ କରାଯାଉଥିବାର ଦେଖା ଯାଇଛି.


