ଦେଶର କୃଷକଙ୍କୁ ସମ୍ମାନ ଜଣାଇ ରେସ୍ପଣ୍ଡ ଟ୍ରଷ୍ଟ ତରଫରୁ ‘ଚାଷୀ ପାଇଁ ଦୀପଟିଏ ‘

ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ସାରା ବିଶ୍ଵ ଆଜି କରୋନା ବିରୁଦ୍ଧରେ ଲଢ଼େଇ କରୁଥିବା ବେଳେ ଲଢେଇର ମୁଖ୍ୟ ଯୋଦ୍ଧା ଭାବେ ଡାକ୍ତର, ପୋଲିସ୍, ସ୍ଵାସ୍ଥ୍ୟ କର୍ମୀ, ସ୍ଵେଚ୍ଛାସେବୀଙ୍କୁ ବିବେଚିତ କରାଯାଉଥିବା ବେଳେ ପ୍ରତ୍ୟେକ ଯୋଦ୍ଧାଙ୍କୁ ଆହାର ମାଧ୍ୟମରେ ଶକ୍ତି ଯୋଗାଉଥିବା କୃଷକ କିନ୍ତୁ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି I କିନ୍ତୁ ବାସ୍ତବ ଚିତ୍ର ଦେଖିବାକୁ ଗଲେ ଜଣାଯାଏ କରୋନା ପାଇଁ ଲକ୍ ଡ଼ାଉନ୍ ପରିସ୍ଥିତିରେ ସବୁ କିଛି ଅଟକି ଯାଇଥିଲେ ମଧ୍ୟ ଅଟକି ନାହିଁ କୃଷକର ହାତ I ଦୀର୍ଘ ତିନି ମାସ ଧରି ରୋଗ ସଂକ୍ରମଣକୁ ଭ୍ରୂକ୍ଷେପ ନକରି ସାରା ମାନବ ସମାଜ ମୁହଁରେ ହସ ଫୁଟାଇଥିବା କୃଷକ ମୁହଁରେ ହସ ଫୁଟାଇଇବା ପାଇଁ ଆଜି ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ବଡ଼ ଦୋଡ଼ଙ୍ଗା ଗ୍ରାମର ସ୍ଵେଚ୍ଛାସେବୀ ସଂଗଠନ ରେସ୍ପଣ୍ଡ ଟ୍ରଷ୍ଟ ‘ ଏକ ନିଆରା ପ୍ରୟାସ କରିଥିଲା I ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ଡାକରାରେ ଆଜି ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ କିଷାନ ଶହୀଦ ଦିବସ ପାଳିତ ହେବା ସହ ଚାଷୀଙ୍କ ପାଇଁ ଦୀପାଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ରେସ୍ପଣ୍ଡ ଟ୍ରଷ୍ଟ ତରଫରୁ ଅଧ୍ୟକ୍ଷ ସ୍ୱସ୍ତୀ ସୁନ୍ଦର ସିୟଙ୍କ ନେତୃତ୍ଵରେ ରାଷ୍ଟ୍ରୀୟ ସମ୍ପାଦକ ସଚିନ ମହାପାତ୍ରଙ୍କ ପ୍ରଚେଷ୍ଟା ତଥା ଟ୍ରଷ୍ଟ ସଦସ୍ୟ ଚିନ୍ମୟ ପୋଲାଇ, ଚନ୍ଦନ ପରିଡ଼ା, କାହ୍ନୁ ପରିଡ଼ା ଏବଂ ଆଦିତ୍ୟ ପରିଡ଼ାଙ୍କ ସଂଯୋଜନାରେ କୃଷକଙ୍କୁ ସମ୍ମାନ ଜଣାଇ ‘ଚାଷୀ ପାଇଁ ଦୀପଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହାକୁ ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ ବଡ଼ ଦୋଡ଼ଙ୍ଗା, ବିରିପୂର, କେ. ନୂଆଗଡ଼ ଗ୍ରାମର କୃଷକ ତଥା ଜନ ସାଧାରଣ ଅଦ୍ଭୁତପୂର୍ବ ସମର୍ଥନ ଜଣାଇବା ସହ ସାମାଜିକ ଦୂରତ୍ଵ ରକ୍ଷା କରି ନିଜ ନିଜ ଘରେ ଦୀପଟିଏ ଜାଳିଥିଲେ I କେ. ନୂଆଗଡ ଗ୍ରାମରେ ଚିନ୍ମୟ ପୋଲାଇଙ୍କ ଆହ୍ଵାନରେ ତଥା ପ୍ରଦୀପ ରାଉତ ଏବଂ ଡି.ହରିହର ପାତ୍ରଙ୍କ ନେତୃତ୍ଵରେ ‘ଏଇ ଆମ ଗାଁ’ ଗ୍ରୁପ୍ ତରଫରୁ ସନ୍ଧ୍ୟା ଛଅ ଘଣ୍ଟ ସମୟରେ ଗ୍ରାମର କୃଷକମାନଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ ଗ୍ରାମର ବାର ଜଣ ବରିଷ୍ଠ କୃଷକଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା I କାର୍ଯ୍ୟକ୍ରମରେ ଏଭର ଗ୍ରୀନ ଫ୍ରେଣ୍ଡସ ଗ୍ରୁପ୍ ସଦସ୍ୟ ହିମାଂଶୁ ,ଉମେଶ, କାହ୍ନା ,ବାଳକୃଷ୍ଣ, ଶଙ୍କର, ରବି, ଗୟା, ବଂଶୀଧର, ଚନ୍ଦନ, ରାଜା, ବୁଲୁ, ବିଦେଶୀ, ପୃଥିବୀ, ଶ୍ରୀକାନ୍ତ, ମଣିକାନ୍ତ ଅଭିଷେକ ପ୍ରମୁଖ ସହଯୋଗ କରିଥିଲେ I ଅନୁଷ୍ଠାନର ପ୍ରତ୍ୟେକ କାର୍ଯ୍ୟକ୍ରମ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଅନୁଯାୟୀ ଶୃଙ୍ଖଳିତ ଭାବେ ସମ୍ପାଦନ କରାଯାଇଥିଲା I ଅନୁଷ୍ଠାନର ଏହିଭଳି କୃଷକ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଅଞ୍ଚଳର କୃଷକ, ବୁଦ୍ଧିଜୀବୀ, ପ୍ରଶାସନ ସାଧୁବାଦ ଜଣାଇବା ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ