ଗଜପତି ଏସପିଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ନେପକିନ୍ ବଂଟନ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ସ୍ଥାନ ପରଦର୍ଶନ କରି ଗରୀବ ମହିଳା ମାନଙ୍କୁ ନେପକିନ୍ ବାଂଟିଲେ ଗଜପତି ଏସପି ସାରା ଶର୍ମା । ଦିନିକିଆ ଗସ୍ତରେ ଆସି ଗଜପତି ଏସପି ଲବାରସିଂ, ଲିଲିଗଡ, ଆକିଲି, ପିଣ୍ଡିକି ଏପରି ବିଭିନ୍ନ ପଂଚାୟତ ଗୁଡିକରେ ୨୦୦ରୁ ଅଧିକ ମହିଳା ମାନଙ୍କୁ ନେପକିନ୍ ବାଂଟିବା ସହ ସାମାଜିକ ଦୂରତା ରଖିବା, ମାସ୍କ ବ୍ୟବହାର କରିବା, ଅତି ଆବଶ୍ୟକ ନହେଲେ ଘରୁ ବାହାରିବା ନାହିଁ ଏଭଳି ବିଭିନ୍ନ ପ୍ରକାର ବାର୍ତା ଦେଇଥିଲେ ଏସପି । ଏହା ସହ ମହିଳାମାନେ ଏସପିଙ୍କୁ ପୁଷ୍ପମାଲ୍ୟ ବନ୍ଦାପନା କରି ସ୍ୱାଗତ କରିଥିଲେ ନିଜ ପଂଚାୟତ ଗୁଡିକୁ । ଏହି କାର୍ଯ୍ୟକ୍ରମରେ ରା.ଉଦୟଗିରି ଏସଡିପିଓ ଅଶୋକ ମହାନ୍ତି, ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ପାରଳାଖେୁମୁଣ୍ଡି ଜିଲ୍ଲା ପୁଲିସ କର୍ମଚାରୀ, ମୋହନା ଥାନା କର୍ମଚାରୀ ଉପସ୍ଥିତ ଥିଲେ ।


