ଦେଶୀ ମଦ ଓ ଦୁଇ ବାଇକ ଜବତ, ୬ ଗିରଫ
ବୁଗୁଡା,( ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଅବକାରୀ ଡେପୁଟି ସୁପରିଟେଣ୍ଟ ଅଭିରାମ ବେହେରାଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଖଲ୍ଲିକୋଟ ପୋଲିସ ଥାନା ଅଞ୍ଚଳରେ ଅବକାରୀ ଧରପଗଡ଼ କରାଯାଇ ୨୦୫ ଲିଟର ଦେଶୀ ମଦ ଓ ଦୁଇଟି ବାଇକ ଜବତ ସହ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଜିଲ୍ଲା ଉପଅଧିକ୍ଷକ ଶ୍ରୀ ବେହେରାଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ଭ୍ରାମ୍ୟମାଣ ସଂସ୍ଥା ଅବକାରୀ ନିରୀକ୍ଷିକା ପ୍ରୀତିଧାରା ନାୟକ, ଛତ୍ରପୁର ସଦର ଅବକାରୀ ନିରୀକ୍ଷିକା ଦୀପ୍ତିମୟୀ ସାହୁ, ଖଲ୍ଲିକୋଟ ରେଞ୍ଜ ଅବକାରୀ ଓଆଇସି ଅଜିତ କୁମାର ପାତ୍ର,ଓ ଅବକାରୀ ବିଭାଗ କର୍ମଚାରୀ ଏବଂ ଖଲ୍ଲିକୋଟ ପୋଲିସ ଥାନା ଅନ୍ତର୍ଗତ ଭେଜିପୁଟ ଓଆଇସି ଓ ପୋଲିସ ଫୋର୍ସ ପକ୍ଷରୁ ୟୁ.ଆଲପୁର,ବାକୁଟୁଗାଁ,ପେଣ୍ଡରାପଲ୍ଲୀ, ଓ ସାନଘାଟି ଗ୍ରାମରେ ମିଳିତ ଚଢ଼ାଉ ବୁଧବାର ରାତ୍ରରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଚାଲୁରଖି ୬ ଜଣ ଆସାମୀଙ୍କୁ ଗିରଫ କରିବା ସହ ୨୦୫ ଲିଟର ଦେଶୀ ମଦ ଓ ଦୁଇଟି ବାଇକ ଜବତ କରାଯାଇଛି।