ଦୋକାନ ଭଡା କରୋନା ନିମନ୍ତେ ଛାଡ କରିବା ପାଇଁ ଦାବିପତ୍ର

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଦିଆଯାଇଥିବା ଦୋକାନ ଭଡା କରୋନା ନିମନ୍ତେ ଛାଡ କରିବା ସହ ୫ ବର୍ଷ ପର୍ଯ୍ୟନ୍ତ ସେମାନଙ୍କର ଭଡା ବୃଦ୍ଧି ନ କରିବା ପାଇଁ କଂଗ୍ରେସ ପକ୍ଷରୁ ଆଜି ଏକ ଦାବି ପତ୍ର ବ୍ରହ୍ମପୁର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଙ୍କୁ ଦିଆଯାଇଛି । କମିଶନର କଂଗ୍ରେସ ର ଦାବିପତ୍ର କୁ ଗ୍ରହଣ କରି ସରକାର ଙ୍କ ନିକଟରେ ଏହି ବିଷୟରେ ଜଣାଇବା ପାଇଁ ପ୍ରତିଶୃତି ଦେଇଛନ୍ତି ବୋଲି ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ସୂଚନା ଦେଇଛନ୍ତି । ସହରର କିଛି କ୍ଷୁଦ୍ର ବ୍ୟବସାୟୀ ଙ୍କ ପାଇଁ ମହାନଗର ନିଗମ ପକ୍ଷରୁ ଦୋକାନ ଗୁଡିକ କିଛି ଧାର୍ଯ୍ୟ ନିୟମ ଅନୁସାରେ ଭଡା ସୂତ୍ର ରେ ଦିଆଯାଇଥାଏ |ପ୍ରତିବର୍ଷ ଦୋକାନ ଗୁଡିକ ପାଇଁ ଭଡା ହିସାବରେ ୧୦ ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢିଥାଏ । ଦୀର୍ଘ ୫ ମାସ ହେଲା ଗଞ୍ଜାମ ଜିଲ୍ଲାରେ ଲକଡାଉନ ଓ ସଟଡାଉନ ଯୋଗୁଁ ଦୋକାନ ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ହେଇଯାଇଛି । କ୍ଷୁଦ୍ର ବ୍ୟବସାୟୀ ମାନେ ପରିବାର ଚଳାଇବା ପାଇଁ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ଏଭଳି ସ୍ତିତିରେ ଦୋକାନ ଭଡା ଦେବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ସମେତ ସାଇ ପାତ୍ର, ଉଦୟ ପାଣିଗ୍ରାହୀ, ଏସ. ଦଣ୍ଡପାଣି, ଭୋକିଲା ସେଠୀ, ରବି ଅଧିକାରୀ, ଭୀମରାଜ ରେଡ୍ଡୀ, ବାବୁଲ ବେଗ, ନାରାୟଣ ନାୟକ, ଅନିରୁଦ୍ଧ ପାତ୍ର, ପତିତପାବନ ଗନ୍ତାୟତ, କୃଷ୍ଣ ପାତ୍ର, ବିଜୟ ରାଜ ପାଣିଗ୍ରାହୀ, କିଶୋର କାପୁର ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ